www.samajalive.in
Wednesday, December 10, 2025
18.1 C
Bhubaneswar

ଚାନ୍ଦା ମାଗି ଅଡୁଆରେ ପୁଲିସ କର୍ମଚାରୀ; ହେଲେ ଲୋକଙ୍କ ଆକ୍ରୋଶର ଶିକାର

ଖୋର୍ଦ୍ଧା : ମହାମାରୀ କରୋନା ମୁକାବିଲା ପାଇଁ ବିଭିନ୍ନ ସରକାରୀ ବିଭାଗର କର୍ମଚାରୀ ମାନେ ସାଧାରଣ ଜନତାଙ୍କ ଜୀବନ ରକ୍ଷା କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ପୁଲିସ ବିଭାଗର ସମସ୍ତ ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ରୂପେ ସରକାର ସମ୍ମାନ ଦେଇଛନ୍ତି। ଏଭଳି ସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ବିଭାଗରେ କରୋନା ଯୋଦ୍ଧାଙ୍କ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି। ଜିଲ୍ଲାର ଏସପି କାର୍ଯ୍ୟଳୟ ଠାରୁ ଆରମ୍ଭ କରି ଟାଉନ ଥାନା ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଯୋଦ୍ଧା କରୋନା ସଂକ୍ରମିତ ହେବା ଦୃଷ୍ଟିରୁ ଜନସାଧାରଣଙ୍କ ପାଇଁ ପୁଲିସ ସେବା ଏକ ପ୍ରକାର ଠପ୍ ହୋଇଯାଇଛି। କିନ୍ତୁ ଗୁରୁବାର ବିଳମ୍ବିତ ରାତିରେ ୧୬ନମ୍ବର ଜାତୀୟ ରାଜପଥରେ ପୁଲିସ ସାଧା ପୋଷାକରେ ଗାଡିରୁ ଚାନ୍ଦା ଆଦାୟ କରୁଥିବା ସମୟରେ ବିରୋଧ କରିବାରୁ ସମ୍ପୂକ୍ତ ପୁଲିସ କର୍ମଚାରୀ ଜଣକ ଲୋକଙ୍କୁ ଆଶ୍ରବ୍ୟ ଭାଷାରେ ଗାଳିଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ଗତ କାଲି ରାତି ପ୍ରାୟ ୧୨ଟା ସମୟରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିର ଜଣେ କାର୍ଯ୍ୟରତ ଓଏସପିଏଫ କନେଷ୍ଟବଳ ଫାଣ୍ଡି ଅଧୀନରେ ଯାଉନଥିବା ସ୍ଥାନ ତୋଟାପଡା ଠାରେ ନିୟୋଜିତ କୋଭିଡ଼-୧୯ ଗାଡି ଧରି ବିଭିନ୍ନ ଗାଡ଼ିରୁ ଚାନ୍ଦା ଆଦାୟ କରୁଥିଲେ। ଗାଡିଚାଳକ ଏହାକୁ ବିରୋଧ କରିବାରୁ ଉପରିସ୍ଥ ଅଧିକାରୀଙ୍କୁ ଡାକିଥିଲେ। କୋଭିଡ ଗାଡିରେ ପୋଲିସ ଅଧିକାରୀ ଆସି ଲୋକଙ୍କ ବିରୋଧର ସମୁଖିନ ହୋଇଥିଲେ। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେଣୁ ରକ୍ଷକ ଯଦି ଭକ୍ଷକ ସାଜେ ତେବେ ସେଠାରେ ଜନସାଧାରଣ କିଭଳି ନ୍ୟାୟ ପାଉଥିବେ ଏଭଳି ଦୃଶ୍ୟରୁ ସ୍ପଷ୍ଟ ବାରି ହୋଇ ପଡୁଛି। ଏସମ୍ପର୍କରେ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କୁହନ୍ତି। ଯଦି ଘଟଣା ସତ୍ୟ ହୋଇଥାଏ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories