www.samajalive.in
Saturday, December 6, 2025
23.1 C
Bhubaneswar

ଗାଈକୁ ଜୀଅନ୍ତା ଗିଳିଦେଲା ୧୬ ଫୁଟ ଲମ୍ବା ଅଜଗର, ଭିଡିଓ ଭାଇରାଲ

ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଚକିତ କରିଦେବା ଭଳି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ବିଶାଳକାୟ ଅଜଗର ଗୋଟିଏ ଗାଈକୁ ଗିଳିଦେଇଥିବା ଦେଖିବାକୁ ମିଳୁଛି । ଘଟଣାଟି ଆଗ୍ରା ଥାନା ଚିତ୍ରାହାଟ ଅଞ୍ଚଳର ବୋଲି କୁହାଯାଉଛି । ଯମୁନା ଜଙ୍ଗଲରେ ଅଜଗର ଗାଈକୁ ଜୀଅନ୍ତା ଗିଳିଦେଇଥିବା ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

- Advertisement -

ଏହି ଅଜଗରର ଲମ୍ବ ପ୍ରାୟ ୧୬ ଫୁଟ । ଜଙ୍ଗଲରେ ଗାଈ ଚରୁଥିବା ସମୟରେ ତାକୁ ଶିକାର କରିଥିଲା ଏହି ବିଶାଳକାୟ ଅଜଗର । କିଛି ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖି ତୁରନ୍ତ ବନବିଭାଗକୁ ସୂଚନା ଦେଇଥିଲେ । କିନ୍ତୁ ବିଭାଗର କେହି ନଆସିବା ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ସେହି ଅଜଗରକୁ ଧରି ଜଙ୍ଗଲରେ ଛାଡିଦେଇଥିଲେ । ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । କହିରଖୁଛୁ କିଛି ଦିନ ପୂର୍ବରୁ ଆଗ୍ରାରେ ଏକ ୧୦ ଫୁଟ ଲମ୍ବ ଅଜଗର ଏକ ଛେଳିକୁ ଖାଇଥିଲା । ଲୋକମାନେ ଭିଡି ଛଡାଇବା ପୂର୍ବରୁ ଛେଳିର ମୃତ୍ୟୁ ହୋଇସାରିଥିଲା । ଆଖପାଖ ଲୋକେ ଅଜଗରକୁ ଧରି ବନବିଭାଗକୁ ହସ୍ତାନ୍ତର କରିଥିଲେ ।

Hot this week

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

Related Articles

Popular Categories