www.samajalive.in
Sunday, December 14, 2025
14.1 C
Bhubaneswar

ତାଲିବାନଙ୍କୁ ଆଉ ଆତଙ୍କି କହିବ ନାହିଁ ରୁଷ

ମସ୍କୋ: ଆଫଗାନିସ୍ତାନରେ ବନ୍ଧୁକ ମୁନରେ ଶାସନ କ୍ଷମତା ଦଖଲ କରିଥିବା ତାଲିବାନ ଆତଙ୍କି ଗୋଷ୍ଠୀକୁ ରୁଷ ଆଉ ଆତଙ୍କି ବୋଲି କହିବ ନାହିଁ । ଏକଥା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ । ଏଠାର ଇଣ୍ଟରନ୍ୟାସନାଲ ଭାଲଡାଇ କ୍ଲବରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ତାଲିବାନକୁ ଆତଙ୍କବାଦୀ ସଂଗଠନ ତାଲିକାରୁ ବାଦ ଦେବା ସମ୍ଭବ । ରୁଷ ଏ ସମ୍ପର୍କରେ ବିଚାର କରୁଛି । ତେବେ ଏହା ଜାତିସଂଘ ସ୍ତରରେ ମଧ୍ୟ ହେବା ଆବଶ୍ୟକ ।
ରୁଷର ଖବର ସରବରାହ ସଂସ୍ଥା ଟାସ୍‍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପୁଟିନଙ୍କ ଉକ୍ତିକୁ ଉଦ୍ଧାର କରି କୁହାଯାଇଛି ଯେ ତାଲିବାନମାନେ ନିଃସନ୍ଦେହରେ ଆଫଗାନିସ୍ତାନରେ ଶାସନ କ୍ଷମତା ଦଖଲ କରିଛନ୍ତି ଏବଂ ସେମାନେ ସେଠାକାର ପରିସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସମସ୍ତେ ଆଶା କରୁଛନ୍ତି । ସୂଚନାଯୋଗ୍ୟ ଯେ ଗୁରୁତର ଆର୍ଥିକ ଓ କୁଟନୈତିକ ସଙ୍କଟ ଦେଇ ଗତି କରୁଥିବା ତାଲିବାନ ଗୋଷ୍ଠୀ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ତେବେ ବିଶ୍ୱ ସମୁଦାୟ ସ୍ପଷ୍ଟ କରିଦେିଛନ୍ତି ଯେ ସେମାନଙ୍କୁ ସ୍ୱୀକୃତି ଦିଆଯିବା ପୂର୍ବରୁ ସେମାନେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଆବଶ୍ୟକ ।
ତାଲିବାନର ଜଣେ ମୁଖପାତ୍ର ଟ୍ୱିଟ୍‍ କରି କହିଛନ୍ତି, ଯୁଦ୍ଧ ବିଭୀଷିକାରେ ପୂର୍ଣ୍ଣଚ୍ଛେଦ ପଡିସାରିଛି ଏବଂ ଏବେ ବିଶ୍ୱ ସମୁଦାୟ ଆଫଗାନିସ୍ତାନ ପ୍ରତି ସେମାନଙ୍କର ରହିଥିବା ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ସେମାନଙ୍କ ସମ୍ପର୍କରେ ଉନ୍ନତି ଘଟାଇବାର ଆବଶ୍ୟକତା ରହିଛି । ସେମାନେ ପାରସ୍ପରିକ ଉତ୍ତମ ସମ୍ପର୍କ ସମସ୍ତଙ୍କ ଠାରୁ ଆଶା କରୁଛନ୍ତି ।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories