ସାରନଗରୀ : ଦକ୍ଷିଣ ରାଉରକେଲାସ୍ଥିତ କନଷ୍ଟ୍ରକସନ କଲୋନୀଠାରେ ଭାଗବତ ଟୁଙ୍ଗୀ ଶ୍ରୀଶ୍ରୀ ପୂର୍ଣ୍ଣାନନ୍ଦ ଗୋସ୍ୱାମୀ ମଠ ସପ୍ତା କମିଟି ଆନୁକୂଲ୍ୟରେ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ଗତ ୧୭ତାରିଖରୁ ଭାଗବତ ପାଠ ଉତ୍ସବ ଆରମ୍ଭ ହୋଇ ୨୩ତାରିଖରେ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ କଳସ ଶୋଭାଯାତ୍ରା, ସଂକୀର୍ତ୍ତନ, ହୋମଯଜ୍ଞ, ଗୀତା ପାଠ କରାଯାଇଥିଲ।। ପୂଜକ ଭାବେ ଦାମୋଦର ପଣ୍ଡା, ମାନସ ରଂଜନ ମିଶ୍ର ଦାୟିତ୍ୱ ତୁଲାଇଥିଲେ। କର୍ତ୍ତା ଭାବେ ସରୋଜ ନାୟକ ଓ ସହଧର୍ମିଣୀ ସଙ୍ଗୀତା ନାୟକ ଦାୟିତ୍ୱ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୀଣାପାଣି ସଂର୍କୀତନ ମଣ୍ଡଳୀ କନଷ୍ଟ୍ରକସନ କଲୋନୀ ଭାଗବତ ଟୁଙ୍ଗୀ, ବାଲିଯୋଡି ସଂକୀର୍ତ୍ତନ ମଣ୍ଡଳୀ, ସ୍ୱପ୍ନେଶ୍ୱର ମନ୍ଦିର ସଂକୀର୍ତ୍ତନ ମଣ୍ଡଳୀ, ନବକୃଷ୍ଣନଗର ମଙ୍ଗଳା ମନ୍ଦିର ସଂକୀର୍ତ୍ତନ ମଣ୍ଡଳୀ, ସାରନଗରୀ ଜଗନ୍ନାଥ ମନ୍ଦିର ସଂକୀର୍ତ୍ତନ ମଣ୍ଡଳୀ, ଭାଗବତ ଟୁଙ୍ଗୀ ସଂକୀର୍ତ୍ତନ ମଣ୍ଡଳୀ କନଷ୍ଟ୍ରକସନ କଲୋନୀ ପ୍ରଶାନ୍ତ କୁମାର ଓ ସାଥୀଙ୍କ ପକ୍ଷରୁୁ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲ। । ଭାଗବତ ନାମ ସଂକୀର୍ତ୍ତନ କରାଯାଇ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲ। । ଆଖପାଖ ଅଂଚଳରୁ ଅନେକ ଶ୍ରଦ୍ଧାଳୁ ଯୋଗ ଦେଇ ଭାଗବତ କଥା ଶୁଣିଥିଲେ। ଏହି ଉତ୍ସବରେ ଭାଗବତ ଟୁଙ୍ଗୀ ଶ୍ରୀଶ୍ରୀ ଗୋ ସ୍ୱାମୀ ମଠର ମଠ ପରିଚାଳକ ଅନନ୍ତ ଚରଣ ଦାସ, ବ୍ରଜ କିଶୋର ନାୟକ, ରାଜାରାମ ସେଠୀ, ସମ୍ଭୁ ମହାପାତ୍ରଙ୍କ ସମେତ ସପ୍ତା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ ।
Popular Categories



