ହରଭଙ୍ଗା : ସରିଯାଇଛି ପଂଚାୟତ ନିର୍ବାଚନ। ଏବେ ପ୍ରାର୍ଥୀଙ୍କୁ ଘାରିଛି ଭୋଟ ବାକ୍ସ ଟ୍ୟାମ୍ପରିଂ ଭୟ। ବ୍ଲକ ପ୍ରଶାସନ ଭୋଟ ବାକ୍ସ ଥିବା ଷ୍ଟ୍ରଙ୍ଗ ରୁମରେ ସିସିଟିଭି କ୍ୟାମେରା ଭଳି ଆନୁସାଙ୍ଗିକ କଡା ସୁରକ୍ଷା ବ୍ୟବସ୍ଥା କରିଛି । ବ୍ଲକ କାର୍ଯ୍ୟାଳୟରେ ଷ୍ଟ୍ରଙ୍ଗ ରୁମର ସ୍ଫଷ୍ଟ ଚିତ୍ର ଦେଖିବା ପାଇଁ ଏଲଇଡି ବ୍ୟବସ୍ଥା ସାଙ୍ଗକୁ ପୁଲିସ ମୁତୟନ ମଧ୍ୟ କରାଯାଇଛି। ତଥାପି ପ୍ରଶାସନର କଡା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରାର୍ଥୀଙ୍କ ଭରସା ନାହିଁ। କାଳେ କେଉଁ ମୁହୂର୍ତ୍ତରେ ଭୋଟ ବାକ୍ସ ଏପଟ ସେପଟ ହୋଇଯିବ। ଭୟ ମଧ୍ୟ ଘାରିଛି ପ୍ରାର୍ଥୀଙ୍କୁ । ଶେଷରେ ଅନ୍ୟ ଉପାୟ ନପାଇ ପ୍ରାର୍ଥୀଙ୍କ ସମର୍ଥକମାନେ ହରଭଙ୍ଗା ବ୍ଲକ ବାରଣ୍ଡାରେ ରାତ୍ରୀ କାଟୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଆସନ୍ତ ୨୬,୨୭,୨୮ ତିନୋଟି ପର୍ଯ୍ୟାୟରେ ଭୋଟ ଗଣତି କରାଯିବ। ସୂଚନା ଥାଉ କି ଗତ ୨୦ତାରିଖ ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଭୋଟ ବାକ୍ସରେ ସିଲ ହୋଇ ରହିଛି ୯୪ଜଣ ସରପଂଚ, ୭୬ ଜଣ ସମିତି ସଭ୍ୟ, ୪୩୨ ଓାର୍ଡସଭ୍ୟ ଏବଂ ୧୧ଜଣ ଜିଲ୍ଲାପରିଷଦକୁ ମିଶାଇ ମୋଟ ୬୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ।




