ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୮ନଂ ୱାର୍ଡ ଦୁର୍ଗାବଜାର ଠାରେ ତ୍ରିନାଥ ଦେବଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ବାସିନ୍ଦାମାନଙ୍କ ପ୍ରଚେଷ୍ଟା ଓ ଉଦ୍ୟମରେ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇ ଦୀର୍ଘଦିନ ଧରି ଉକ୍ତ ସ୍ଥାନରେ ଥିବା ଏକ ବୃକ୍ଷ ମୂଳରେ ପୂଜା ପାଉଥିବା ଶ୍ରୀ ଜୀଉଙ୍କର ନୂତନ ବିଗ୍ରହକୁ ନାନାବିଧ ପୂଜାର୍ଚ୍ଚନା ପୂର୍ବକ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା । ମଙ୍ଗଳବାର ଦିନ ଆୟୋଜିତ ଏହି ଆଧ୍ୟାତ୍ମିକ ଉତ୍ସବରେ ଅଙ୍କୁରା ରୋପଣ, ସୂର୍ଯ୍ୟପୂଜା, କଳସ ଶୋଭାଯାତ୍ରା, ଘଟସ୍ଥାପନ, ଗୋପୂଜନ, ମନ୍ଦିର ପ୍ରତିଷ୍ଠା, ଯଜ୍ଞକୁଣ୍ଡରେ ଅଗ୍ନିସ୍ଥାପନ ଆଦି ବହୁବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପୂଜକ ବାବୁ ରଥ ଦିଅଁଙ୍କ ପୂଜାର୍ଚ୍ଚନା ଓ ଯଜ୍ଞ ପରିଚାଳନା କରିଥିଲେ। ସ୍ଥାନୀୟ ବାସିନ୍ଦା ଓ ବହୁ ଶ୍ରଦ୍ଧାଳୁ ନାମ ସଂକୀର୍ତ୍ତନ କରି ଦିଅଁଙ୍କୁ ଶୋଭାଯାତ୍ରାରେ ନେଇ ମନ୍ଦିରରେ ପ୍ରତିଷ୍ଠା କରିଥିଲେ। ଏହି ଅବସରରେ ଆୟୋଜିତ ଯଜ୍ଞାନୁଷ୍ଠାନରେ କର୍ତ୍ତା ମହେଶ୍ୱର ମହାପାତ୍ର ଆହୁତି ପ୍ରଦାନ କରିଥିଲେ। ଘନଶ୍ୟାମ ସାହୁ,ସୌଭାଗ୍ୟ ରଂଜନ ବେହେରା, ବିଜୟ ଦାସ, ଅରୁଣ କୁମାର ନାୟକ, ମିଲୁ ବେହେରା, ବିକ୍ରମ ନାୟକ, ଶିବ ପ୍ରସାଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Popular Categories



