ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ବିଭିନ୍ନ ପର୍ଯ୍ୟାୟ ଅନୁଯାୟୀ ମତଦାନ ହାର ବୃଦ୍ଧିପାଇବାରେ ଲାଗିଛି। ମଙ୍ଗଳବାର ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟରେ ସର୍ବାଧିକ ୭୯ ପ୍ରତିଶତ ମତଦାନ ହୋଇଛି । ରାଜ୍ୟରେ ଫେବୃୟାରୀ ୧୬ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨% ମତଦାନ ହୋଇଥିଲା। ସେହିପରି ୧୮ରେ ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩% ମତଦାନ ହୋଇଥିଲା। ୨୦ରେ ତୃତୀୟ ପର୍ଯ୍ୟାୟରେ ୭୮.୬ % ମତଦାନ ହୋଇଥିବା ବେଳେ ମଙ୍ଗଳବାର ୨୨ରେ ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟରେ ୭୯ ପ୍ରତିଶତ ମତଦାନ ହୋଇଛି।
ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁମିଳିଥିବା ସୂଚନା ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ସୁବର୍ଣ୍ଣପୁରରେ ସର୍ବାଧିକ ୮୬.୫୧ ପ୍ରତିଶତ, ବରଗଡରେ ୮୪.୮୭ ପ୍ରତିଶତ, ଅନୁଗୁଳରେ ୭୭.୭୫ ପ୍ରତିଶତ, ବାଲେଶ୍ୱରରେ ୭୮.୦୮ ପ୍ରତିଶତ, ବଲାଙ୍ଗୀରରେ ୮୨.୨ ପ୍ରତିଶତ, ଭଦ୍ରକରେ ୭୭ ପ୍ରତିଶତ, କଟକରେ ୮୦.୬୪ ପ୍ରତିଶତ, ଢେଙ୍କାନାଳରେ ୮୦.୫୯ ପ୍ରତିଶତ, ଗଜପତିରେ ୮୨.୧୭ ପ୍ରତିଶତ, ଗଞ୍ଜାମରେ ୬୫.୨ ପ୍ରତିଶତ, ଜଗତସିଂହପୁରରେ ୮୧ ପ୍ରତିଶତ ମତଦାନ ହୋଇଛି ।
ସେହିପରି ଯାଜପୁରରେ ୭୩ ପ୍ରତିଶତ, କଳାହାଣ୍ଡିରେ ୮୦ ପ୍ରତିଶତ, କନ୍ଧମାଳ ଓ ଖୋର୍ଦ୍ଧାରେ ୭୪ ପ୍ରତିଶତ, କେନ୍ଦ୍ରାପଡା ଓ କେଉଁଝରରେ ୭୭ ପ୍ରତିଶତ, କୋରାପୁଟରେ ୮୨ ପ୍ରତିଶତ, ମାଲକାନଗିରିରେ ୭୪ ପ୍ରତିଶତ, ମୟୁରଭଞ୍ଜରେ ୭୫ ପ୍ରତିଶତ, ନବରଙ୍ଗପୁରରେ ୮୩ ପ୍ରତିଶତ ମତଦାନ ହୋଇଛି ।



