www.samajalive.in
Sunday, December 7, 2025
26.1 C
Bhubaneswar

ଓ୍ୱାଟର ହିଟର୍‌ ବନ୍ଦ କରିବାକୁ ଭୁଲିଯାଇଥିଲେ ଜଳିଗଲା ବହୁତଳ ପ୍ରାସାଦ

ପୁନେ – ପୁନେରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏକ ଆପାର୍ଟମେଣ୍ଟରେ ରହୁଥିବା ଏକ ପରିବାର ପାଣି ଗରମ ହେବା ପାଇଁ ଲାଗିଥିବା ହିଟ୍‌କୁ ବନ୍ଦ ବା ଅଫ୍‌ କରିବା ପାଇଁ ଭୁଲିଯାଇଥିଲେ । ଏହାପରେ ସେଥିରୁ ନିଆଁ ବାହାରି ଆପାର୍ଟମେଣ୍ଟର ଅନେକ କୋଠରୀ ଜଳିଯାଇଛି । ପୁନେର ଜମ୍ବୁଲଓ୍ୱାଡି ରାସ୍ତାରେ ଥିବା ଏହି ଆପାର୍ଟମେଣ୍ଟର ୫ ମହଲାରେ ଥିବା ପରିବାରର ଲୋକମାନେ ପାଣି ଗରମ କରିବା ପାଇଁ ଓ୍ୱାଟର ହିଟର୍‌ ବ୍ୟବହାର କରୁଥିଲେ ।

 

- Advertisement -

ମାତ୍ର ସେମାନେ ଏହାକୁ ବନ୍ଦ କରିବା ପାଇଁ ଭୁଲିଯାଇଥିଲେ । ଏହାପରେ ପାଣି ଗରମ ହୋଇ ବାଷ୍ପ ହୋଇଯାଇଥିଲା । ପରେ ଏଥିରୁ ପଞ୍ଚମ ମହଲାରେ ଥିବା କୋଠରୀରେ ନିଆଁ ଲାଗିଯାଇଥିଲା । ମାତ୍ର ପରିବାର ଲୋକ ଅନ୍ୟ ଏକ କୋଠରୀରେ ଥିବାରୁ ତୁରନ୍ତ ସେଠାରୁ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ । ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନାହାନ୍ତି । ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ପ୍ରାଥମିକ ତଦନ୍ତ ପରେ ଓ୍ୱାଟର ହିଟରରୁ ନିଆଁ ବାହାରିଥିବା ଜଣା ପଡିଥିଲା । ପରିବାରର କେହି ପାଣି ଗରମ କରିବା ପାଇଁ ଓ୍ୱାଟର ହିଟର୍‌ ବ୍ୟବହାର କରୁଥିବା ବେଳେ ଏହାକୁ ସ୍ୱିଚ୍‌ ଅଫ୍‌ କରିବା ପାଇଁ ଭୁଲିଯାଇଥିଲେ । ଏଥିଯୋଗୁଁ ଏତେ ବଡ ଦୁର୍ଘଟଣା ଘଟିଯାଇଥିଲା ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories