ପୁରୀ:ଆଜି ହେଉଛି ଓଡିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୧୯୪୬ ମସିହା ଅକ୍ଟୋବର ୧୬ ତାରିଖ ଅର୍ଥାତ୍ ଆଜି ଦିନରେ ଜନ୍ମଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ। ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି ନବୀନ। ତାଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ବାଲୁକା କଳା ମାଧ୍ୟମରେ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
ସୁଦର୍ଶନ ବାଲିରେ ନବୀନଙ୍କର ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି। ଏକ ଗୋଲାପି ରଙ୍ଗର କେକ୍ କରି ନବୀନଙ୍କ ପାଖରେ ରଖିଛନ୍ତି। ଏବଂ ସେଥିରେ ହାପି ବାର୍ଥ ଡେ ବୋଲି ଲେଖିଛନ୍ତି। ବାଲୁକା କଳାର ତଳେ ସେ ଇଂରାଜୀରେ ୭୯ତମ ବାର୍ଥ ଡେ ଅଫ୍ ନବୀନ୍ ପଟ୍ଟନାୟକ ବୋଲି ଉଳ୍ଲେଖ କରିଛନ୍ତି। ସୁଦର୍ଶନଙ୍କର ଏହି ବାଲୁକା କଳା ପର୍ଯ୍ୟଟକ ମାନଙ୍କୁ ବେଶ୍ ଆକୃଷ୍ଟ କରିଛି।
ଭାରତୀୟ ରାଜନୈତିକ ଇତିହାସରେ ନବୀନ ପଟ୍ଟନାୟକ ବେଶ୍ ପରିଚିତ ନାଁ। ୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ। ୨୫ ବର୍ଷରୁ ଅଧିକ ସମୟ ସେ କ୍ଷମତାରେ ରହିଛନ୍ତି। ୨୪ ବର୍ଷ ଲଗାତାର ଭାବେ ନବୀନ ମୁଖ୍ୟମନ୍ତ୍ରୀ ପଦବୀରେ ରହି ରେକର୍ଡ ସ୍ଥାପନ କରିଛନ୍ତି।
ବାଲୁକା କଳାରେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା
Popular Categories



