ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ

ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ। ଶନିବାର ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ପର୍ଯ୍ୟଟକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ପର୍ଯ୍ୟଟକ ଜଣକ ବାଲେଶ୍ୱର ଜିଲ୍ଲା ଗୋଲାପୁର ଗ୍ରାମର ସଞ୍ଜୟ ଜେନା (୨୯) ବର୍ଷ ।

ସେକ୍ଟର ୮ରେ ସମୁଦ୍ରରେ ଗାଧୋଉଥିବା ବେଳେ ସେ ହଠାତ୍‌‌ ନିଖୋଜ ହୋଇ ଯାଇଥିଲେ। ଦିନ ୧୧ ଟାରୁ ସେ ନିଖୋଜ ଅଛନ୍ତି। ସମୁଦ୍ରରେ ନିଖୋଜ ନେଇ ଥାନାରେ ଅଭିଯୋଗ ପରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡ ଖୋଜଖୋଜି ଜାରି ରଖିଛନ୍ତି।

Comments are closed.