www.samajalive.in
Thursday, December 11, 2025
16.1 C
Bhubaneswar

ଆଜି ଗୋସାଣୀଯାତ ଓ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରସିଦ୍ଧ ଗୋସାଣୀ ଯାତ୍ରା ଅନୁଷ୍ଠିତ ହେଉଛି। ସହରର ବିଭିନ୍ନ ଯାଗା ଆଖେଡାରେ ନିର୍ମିତ ଦେବୀଙ୍କର ବିଶାଳକାୟ ମୃଣ୍ମୟ ପ୍ରତିମା ଓ ସୋଲ, ଜରି, ଜମ୍ବୁରାରେ ସଜ୍ଜିତ ମେଢକୁ ଆଜି ସଂଧ୍ୟାରେ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇ ସେସବୁକୁ ବଡଦାଣ୍ଡରେ ରଖାଯିବ। ସେଠାରେ ହେବାକୁ ଥିବା ଦେବୀ ମେଳଣକୁ ଗୋସାଣୀଯାତ ବୋଲି କୁହାଯାଇଥାଏ। ଏକାଦଶୀ ତିଥିରେ ଦେବୀମାନେ ଶ୍ରୀମନ୍ଦିର ଉଠିବାକୁ ଥିବା ମହାଦୀପ ଦର୍ଶନ କରିବା ପରେ ବିଳମ୍ବିତ ରାତିରେ ଗୋସାଣୀ ସବୁକୁ ଶୋଭାଯାତ୍ରାରେ ନିଆଯାଇ ମୂଷାନଈରେ ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି। ତେବେ ସର୍ବସାଧାରଣ ଲୋକେ ଯେପରି ଗହଳି କରି ନ ପାରିବେ ସେଥିଲାଗି ସିଂହଦ୍ୱାର ଠାରୁ ମରଚିକୋଟ ଛକ ଓ ବଡଦେଉଳ ଚାରିପଟେ ବ୍ୟାପକ ପୋଲିସ ମୂତୟନ କରାଯାଇଛି।

ଆଜି ଠାରୁ ଶ୍ରୀମନ୍ଦିରରେ ଏକ ମାସ ବ୍ୟାପୀ କାର୍ତ୍ତିକ ବ୍ରତ ନୀତି ଆରମ୍ଭ ହୋଇଛି। ଏହି ଅବସରରେ ଶ୍ରୀଜୀଉମାନଙ୍କୁ ରାଧା ଦାମୋଦର ବେଶରେ ସଜ୍ଜିତ କରାଯିବା ସହିତ ବାଳଭୋଗ ଅନୁଷ୍ଠିତ ହୋଇଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। କରୋନା ମହାମାରୀ ଯୋଗୁ ଆଜି ମଧ୍ୟାହ୍ନ ୧୨ଟା ପରେ ଶ୍ରୀମନ୍ଦିର ଭିତରକୁ ସର୍ବସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଚଳିତବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀରେ ରହି କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories