ଭୁବନେଶ୍ବର: ମହାପ୍ରଭୁଙ୍କ ଘୋଷଯାତ୍ରା ପରେ ପୁରୀ ଜିଲାରେ କର୍ଫ୍ୟୁ କୋହଳ କରି ଦିଆଯାଇଛି। ପୁରୀ ଜିଲାରେ କର୍ଫ୍ୟୁ ଉଠାଇ ଦିଆଯାଇଥିବାବେଳେ କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପୁରୀ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ ରଥଯାତ୍ରା ପାଇଁ ପୁରୀ ଜିଲାରେ ଲାଗୁ ହୋଇଥିବା କର୍ଫ୍ୟୁକୁ ଉଠାଇ ଦିଆଯାଇଛି। ଆଜି ସନ୍ଧ୍ୟା ୭ଟାରୁ କର୍ଫ୍ୟୁ ହଟାଇ ଦିଆଯିବ। କେବଳ କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରଖିବା ନେଇ ନିଷ୍ପତ୍ତି ହୋଇଛି। ବଡ଼ଶଙ୍ଖଠାରୁ ମାଟିଆପଡ଼ା ବସ୍ଷ୍ଟାଣ୍ଡ ଗୋଲେଇ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ। ତିନିରଥ ଗୁଣ୍ଡିଚା ମନ୍ଦିର ନିକଟକୁ ଆସିଯାଇଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଜିଲାପାଳ ବଲୱନ୍ତ ସିଂ ପ୍ରକାଶ କରିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପୁରୀ ଜିଲାକୁ ସଟ୍ଡାଉନ୍ ଘୋଷଣା ସାଙ୍ଗକୁ କର୍ଫ୍ୟୁଭଳି ସ୍ଥିତି ଜାରି କରାଯାଇଥିଲା। ସୋମବାର ରାତି ୯ରୁ ବୁଧବାର ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପୁରୀ ଜିଲା ସଟ୍ଡାଉନ୍ ରହିବ ବୋଲି କୁହାଯାଇଥିଲା। ପୁରୀ ଜିଲା ସଟ୍ଡାଉନ୍ ସମୟରେ କର୍ଫ୍ୟୁ ଭଳି କଟକଣା ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଘୋଷଣା କରିଥିଲେ। ପୁରୀ ସହରର ସବୁ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଥିବାବେଳେ ଅତି ଆବଶ୍ୟକ ନ ଥିଲେ କାହାକୁ ପୁରୀ ସହର ଭିତରକୁ ଛଡ଼ା ଯିବନାହିଁ ବୋଲି କଟକଣା ଜାରି କରାଯାଇଥିଲା।
ପୁରୀ ଜିଲାରେ କର୍ଫ୍ୟୁ କୋହଳ, ଆଜି ସନ୍ଧ୍ୟା ୭ଟାରୁ ହଟିଲା କଟକଣା
Popular Categories



