ପୁରୀ : ବାହାର ଜିଲାର ପୁଲିସଙ୍କୁ ପୁରୀ ଯିବା ପାଇଁ ବାରଣ କରାଯାଇଛି। ଶ୍ରୀଜିଉଙ୍କ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ଡ଼ିଜିପି ଅଭୟ ନିର୍ଦେଶ ଦେଇଛନ୍ତି। ଅଫିସ୍ କାମ ବାହାନାରେ ବାହାର ଜିଲାର ପୁଲିସ କର୍ମଚାରୀ ପୁରୀ ଯାଇପାରିବେ ନାହିଁ। ଆବଶ୍ୟକ ହେଲେ ପୁଲିସ ମୁଖ୍ୟାଳୟରୁ ଅନୁମତି ନେବାକୁ ପଡ଼ିବ ଏବଂ ପୁରୀ ଜିଲା ପୁଲିସ ଅଧୀନରେ କାମ କରୁନଥିଲେ ଯିବାକୁ ବାରଣ କରାଯାଇଛି। ଜୁଲାଇ ୪ ତାରିଖ ପର୍ୟ୍ୟନ୍ତ ଏହି ନିୟମ କଡ଼ାକଡି ରହିବ।
Popular Categories



