www.samajalive.in
Wednesday, December 10, 2025
14.1 C
Bhubaneswar

ସର୍ଜରୀ ୟୁନିଟ -୧ରୁ ଇସ୍ତଫା ଦେଲେ ଅଶ୍ୱିନୀ କୁମାର ପୂଜାହାରୀ

ସମ୍ବଲପୁର : ସମ୍ବଲପୁର ବୁର୍ଲା ସ୍ଥିତ ଭିମସାରର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ପୂଜାହାରୀ ଶେଷରେ ସର୍ଜରୀ ୟୁନିଟ -୧ରୁ ଇସ୍ତଫା ଦେଇଛନ୍ତି। ସେ ସର୍ଜରୀ ୟୁନିଟ -୧ ମୁଖ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି ଏବଂ ଆଉ ସର୍ଜରୀ କରିବେ ନାହିଁ । ସେ ଏନେଇ ବିଭାଗୀୟ ମୁଖ୍ୟଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ତାଙ୍କୁ ବହିଷ୍କାର କରିବା ନେଇ ଦାବି ଜୋର ଧରିଥିଲା । ଦୀର୍ଘଦିନ ଧରି ଆନ୍ଦୋଳନ କରି ଆସୁଥିବା କନିଷ୍ଠ ଡାକ୍ତର ସଂଘ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟାର ସମୟ ଦେଇଥିଲେ।

ଗୁରୁବାର ଏନେଇ ଭିମସାରର ଜୁନିୟର ଡ଼ାକ୍ତର ଆସୋସିଏସନ ପକ୍ଷରୁ କଟକରେ ଏସସିବି ଓ ବ୍ରହ୍ମପୁର ଏମକେସିଜି ମେଡକାଲର କନିଷ୍ଠ ଡ଼ାକ୍ତରଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ବୈଠକରେ ୪୮ ଘଣ୍ଟା ମଧ୍ୟରେ ନିର୍ଦ୍ଦେଶକଙ୍କୁ ବହିଷ୍କାର କରିବା ପାଇଁ ସଂଘ ପକ୍ଷରୁ ସରକାରଙ୍କୁ ସମୟ ଦିଆଯାଇଛି । ଏହାସହ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ସହ ଆଗକୁ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଏହି ମିଳିତ ବୈଠକରେ ନିଷ୍ପତି ନିଆଯାଇଥିଲା । ଆଗାମୀ ଦିନରେ ଭିମସାରର କନିଷ୍ଠ ଡ଼ାକ୍ତରଙ୍କ ସହ ଏସସିବି, ଏମକେସିଜି ମେଡ଼ିକାଲ କଲେଜର କନିଷ୍ଠ ଡ଼ାକ୍ତରମାନେ ମଧ୍ୟ ସାମିଲ ହେବେ ବୋଲି ସୂଚନା ଦେଇଥିଲେ।

- Advertisement -

ତେ​‌ବେ ‌ବିବାଦକୁ ଆଗକୁ ନ ବଢାଇ ଶ୍ରୀ ପୂଜାହାରୀ ଆଜି ଇସ୍ତଫା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories