ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ଭଗବାନଙ୍କ ସମସ୍ତ ରୂପର ମହତ୍ତ୍ୱ ବିଭିନ୍ନ ପ୍ରକାରର ରହିଛି। ମାନ୍ୟତା ଅନୁଯାୟୀ, କୌଣସି ଭକ୍ତ ସତ୍ୟ ମନରେ ପ୍ରାର୍ଥନା କରିବା ଦ୍ୱାରା ପ୍ରଭୁ ନିଶ୍ଚୟ ତା’ର ସମସ୍ତ ଇଚ୍ଛା ପୂରଣ କରିଥାଆନ୍ତି। ଜାଣନ୍ତୁ ନିଜର କେଉଁ ମନସ୍କାମନା ପାଇଁ କେଉଁ ଠାକୁରଙ୍କୁ ପୂଜାର୍ଚ୍ଚନା କରିବେ….
ବୈବାହିକ ଜୀବନରେ ଥିବା ସମସ୍ୟା ଦୂର କରିବା ପାଇଁ, ବିବାହରେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଦମ୍ପତ୍ତିଙ୍କ ମଧ୍ୟରେ ହସଖୁସିର ବାତାବରଣ ପାଇଁ ଶିବ-ପାର୍ବତୀ, ଲକ୍ଷ୍ମୀ-ବିଷ୍ଣୁ, ସୀତା-ରାମ, ରାଧା-କୃଷ୍ଣ, ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିବା ଉଚିତ।
ଧନସମ୍ପତ୍ତି ଜନିତ ସମସ୍ୟା ଦୂର କରିବା ପାଇଁ ମା’ଲକ୍ଷ୍ମୀ, କୁବେର, ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ।
ବହୁ ପରିଶ୍ରମ କରିବା ପରେ ମଧ୍ୟ କାର୍ଯ୍ୟରେ ଅସଫଳତା ମିଳୁଥିଲେ, କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶ୍ରୀଗଣେଶଙ୍କୁ ପୂଜା କରନ୍ତୁ।
ସର୍ବଦା ଭୟ ଲାଗୁଥିଲେ ପ୍ରଭୁ ହନୁମାନଙ୍କୁ ପୂଜା କରିବା ସହ ହନୁମାନ ଚାଳିଶା ପାଠ କରନ୍ତୁ।
ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ମା’ସରସ୍ୱତୀଙ୍କ ପୂଜା କରନ୍ତୁ।
ମନସ୍କାମନା ପୂରଣ ପାଇଁ ପ୍ରଭୁଙ୍କୁ କରନ୍ତୁ ଏହି ଉପାୟରେ ପୂଜାର୍ଚ୍ଚନା
Popular Categories



