ଭୁବନେଶ୍ୱର : ପାର୍ବଣର ପରଶରେ ପୁଲକିତ ହୋଇ ଉଠିଛି ଧରାପୃଷ୍ଠ। ଆଜି ହେଉଛି ପବିତ୍ର ମହାଷଷ୍ଠୀ। ବିଲ୍ୱବରଣ ଆବାହନ ପରେ ଆବିର୍ଭୁତା ହେବେ ସ୍ୱୟଂ ଦଶଭୂଜା। ନୂଆ ରଙ୍ଗ, ରୂପରେ ସଜେଇ ହୋଇଛି ସମସ୍ତ ପୂଜାମଣ୍ଡପ। ଆକର୍ଷଣୀୟ ତୋରଣ ନିର୍ମାଣ ଶେଷ ହୋଇଯାଇଛି। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶିଳ୍ପୀ ଶେଷ ସ୍ପର୍ଶ ଦେଇସାରିଛନ୍ତି । ମନଲୋଭା କାରୁକାର୍ଯ୍ୟ ଓ ଶିଳ୍ପୀର କଳା ଚାତୁରୀରେ ସମସ୍ତ ପୂଜା ମଣ୍ଡପ ଝଲସି ଉଠୁଛି।
ଆଜି ହେଉଛି ପବିତ୍ର ମହାଷଷ୍ଠୀ ; ନୂଆ ରୂପ ରଙ୍ଗରେ ସଜେଇ ହୋଇଛି ପୂଜାମଣ୍ଡପ
Popular Categories



