www.samajalive.in
Friday, December 5, 2025
20.1 C
Bhubaneswar

ସର୍ବସାଧାରଣ ବିଶ୍ରାମଗାର ପାଲଟିଛି କର୍ମଚାରୀମାନଙ୍କର ବାଇକ ଷ୍ଟାଣ୍ଡ

ବେଗୁନିଆ : ବେଗୁନିଆ ବ୍ଲକ ମୁଖ୍ୟ ଫାଟକର ବାମ ପଟେ ପ୍ରାଚୀରକୁ ଲାଗି ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଶ୍ରାମଗାର ଏବେ କର୍ମଚାରୀ ମାନଙ୍କର ବାଇକ ଷ୍ଟାଣ୍ଡରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି । ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ଗୃହଟି ନିର୍ମାଣ କରାଯାଇଥିଲା ବ୍ଲକ କର୍ତ୍ତୃପକ୍ଷ ତାହା କାର୍ଯ୍ୟକାରୀ କରିବାରେ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି । ବ୍ଲକ କାର୍ଯ୍ୟାଳୟରେ ଜନସାଧାରଣଙ୍କ ବସିବା କିମ୍ବା ବିଶ୍ରାମ ନେବା ପାଇଁ ଜାଗା ଟିକିଏ ନ ଥିବାବେଳେ ଏବଂ ଦୂର ଦୁରାନ୍ତରରୁ ଆସିଥିବା ଲୋକମାନେ କେଉଁଠି ଯଦି ଠିଆ ହୋଇ ଟିକିଏ ଥକା ମାରିଦେଲେ ତାହେଲେ ବ୍ଲକ କର୍ମଚାରୀ ମାନେ ସେମାନଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଡହଡହ ଖରାରେ ୨୫/୩୦ କିମି ଦୂରରୁ ବିଭିନ୍ନ କାମ ନେଇ ବ୍ଲକକୁ ଆସୁଥିବା ଲୋକମାନେ ବିଡିଓ ଏବଂ କର୍ମଚାରୀମାନଙ୍କୁ ଦେଖା ନପାଇ ଯାଇ କେଉଁ ଦୋକାନ କିମ୍ବା ଗଛ ମୂଳରେ ଆଶ୍ରୟ ନେଇ ଅପେକ୍ଷା କରୁଥିବାର ଦେଖିବାକୁ ମିଳୁଛି । ଅବଶ୍ୟ ଏହି ଘରଟି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବିଶ୍ରାମଗାର ଭାବେ ନିର୍ମାଣ କରାଯାଇଥିବାବେଳେ ସେଠାରେ ବିଶ୍ରାମ ନେବାପାଇଁ ସ୍ଥାନ ନାହିଁ । ଯଦି ଘର ତିନି କାନ୍ଥକୁ ଲାଗି ସିମେଣ୍ଟ ଏବଂ ପଥରରେ ବସିବା ପାଇଁ ଚେୟାର ତିଆରି କରାଯାଇଥାନ୍ତା ତାହେଲେ ଲୋକମାନେ ସେଠାରେ ବସି ବିଶ୍ରାମ ନେଇପାରନ୍ତେ । ଏବେ ଘରର ତଳ ଭାଗଟି ଧୂଳି ମଳିରେ ଭର୍ତ୍ତିହୋଇଥିବାବେଳେ ଲୋକମାନେ ତଳେ କିପରି ବସିବେ ବୋଲି ସାଧାରଣରେ ପ୍ରଶ୍ନ ହୋଇଛି। ତେଣୁ କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି ବିଡ଼ିଓ ସେଠାରେ ଲୋକମାନଙ୍କର ବିଶ୍ରାମ ଏବଂ ବସିବା ପାଇଁ ସିମେଣ୍ଟ ଚେୟାର ତିଆରି ନକରିବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଘରଟି କର୍ମଚାରୀମାନଙ୍କର ସେବାରେ ଲାଗିବ ବୋଲି ସ୍ଥାନୀୟଲୋକ ଅଭିଯୋଗ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ବ୍ଲକ ଭିତରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ବହୁ କୋଠା ଘର ବ୍ୟବହାର ନ ହୋଇ ଭାଙ୍ଗିରୁଜି ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି । ସେଗୁଡିକ ବି ସର୍ବସାଧାରଣ ବିଶ୍ରାମଗାର ଭାବେ ବ୍ୟବହାର କରି ହୁଅନ୍ତା । କିନ୍ତୁ ସେଗୁଡିକ ପ୍ରତି କେହି ଧ୍ୟାନ ନଦେବା ଅତ୍ୟନ୍ତ ପରିତାପର ବିଷୟ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories