www.samajalive.in
Saturday, December 6, 2025
26.1 C
Bhubaneswar

ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତି ସ୍ଥାପିତ

ଲଖନପୁର/ବେଲପାହାଡ଼: ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରସ୍ଥିତ ଟିଆରଏଲ କ୍ରୋସାକି କାରଖାନାର ସିଏସଆର ବିଭାଗ ପକ୍ଷରୁ ବେଲପାହାଡ଼ ରିଫ୍ରାକ୍ଟୋରିଜ୍ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାପିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ବୁଧବାର ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପୁନଃ ସ୍ଥାପନ କରାଯାଇଛି। କରୋନା କଟକଣା ଯୋଗୁଁ ଏହାର ଉଦ୍‌ଘାଟନୀ ସମାରୋହକୁ ନିରାଡମ୍ବର ସହକାରେ ପାଳନ କରାଯାଇଥିଲା। ଏହି ଗୋପବନ୍ଧୁଙ୍କ ପ୍ରତିମୂର୍ତି ଦୀର୍ଘ ୪୦ ବର୍ଷ ପୂର୍ବେ ସାମ୍ବାଦିକ ଗଜେନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ ଟିଆରଏଲ କାରଖାନାର ସହଯୋଗରେ ଗୋପବନ୍ଧୁ ଉଦ୍ୟାନଠାରେ ସ୍ଥାପନ କରାଯାଇଥିଲା । ତେବେ ଏହା ପାଖରେ ଥିବା ଅତିଥି ଗୃହର ନବୀକରଣ ହେବା ପରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସିଏସଆର ବିଭାଗର କାର୍ଯ୍ୟାଳୟଠାରେ ସାମନାରେ ରଖାଯାଇ ବିଭିନ୍ନ ସମୟରେ ଶ୍ରଦ୍ଧାଞ୍ଜଳି ଓ ପୂଜାର୍ଚ୍ଚନା କରାଯାଉଥିଲା । ଇତି ମଧ୍ୟରେ ବେଲପାହାଡ଼ ରିଫ୍ରାକ୍ଟୋରିଜ୍ ଉଚ୍ଚ ବିଦ୍ୟାଳୟ ପରିସରରେ ସମସ୍ତ ନିର୍ମାଣ କାର୍ଯ୍ୟ ପରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିକୁ ପୁନଃ ସ୍ଥାପନା କରାଯାଇଛି।

ଏହାର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠିତ ‘ସମାଜ’ ଖବର କାଗଜର ବର୍ଷିଆନ ସାମ୍ବାଦିକ ଗଜେନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଗୋପବନ୍ଧୁଙ୍କ ସମାଜସେବା, ନୀତି, ଆଦର୍ଶ, ତ୍ୟାଗ, ଦେଶପ୍ରେମ, ଉଦାରତା ସହିତ ଭାରତର ସାଧୀନତା ସଂଗ୍ରାମ ଓ ଓଡ଼ିଶା ବିକାଶ ଗଠନରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ସମସ୍ତଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇରହିବେ ବୋଲି ବକ୍ତାମାନେ ତାଙ୍କ ସ୍ମୃତିଚାରଣ କରିଥିଲେ। ତାଙ୍କରି ପ୍ରଚେଷ୍ଟାରେ ବଳରେ ଓଡ଼ିଶାର ଅତି ପୁରାତନ ଓ ପ୍ରତିଷ୍ଠିତ ଖବରକାଗଜ ସମାଜ ପ୍ରତିଷ୍ଠା ହୋଇପାରିଥିଲା। ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ମହାପୁରୁଷଙ୍କ ନୀତି, ଆଦର୍ଶକୁ ପାଥେୟ କରି ପ୍ରତ୍ୟେକ ବ୍ୟକ୍ତି ଦେଶ ଓ ଜାତିର ବିକାଶ ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଆହ୍ବାନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ସୁବାସ ଚନ୍ଦ୍ର ପ୍ରଧାନ, ପଣ୍ଡିତ ରଘୁନାଥ ନାୟକ, ଗୌରୀ ଶଙ୍କର କୁମ୍ଭାର, ସିତମ ପ୍ରଧାନ, ମନୋଜ ମେହେର, ସରୋଜ ମିର୍ଦ୍ଧା, ଟିଆରଏଲ କ୍ରୋସାକିର ବରିଷ୍ଠ ଅଧିକାରୀ ଡଃ ସନ୍ତୋଷ ମିଶ୍ର, ଶଶାଙ୍କ ଦୀକ୍ଷିତ, ସ୍ମୃତିରଞ୍ଜନ ପ୍ରଧାନ, ସିଏସଆର ବିଭାଗର କର୍ମଚାରୀ ବ୍ରଜବନ୍ଧୁ ସତପଥୀ, ଭାସ୍କର ରଣା, ମୀନାକ୍ଷୀ ପଟ୍ଟନାୟକ ପ୍ରମୁଖ ସାମିଲ ରହି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମକୁ ସନ୍ତୋଷ ମିଶ୍ର ପରିଚାଳନା କରିଥିବା ବେଳେ ଶେଷରେ ଶଶାଙ୍କ ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ। କୋଭିଡ କଟକଣାର ସମସ୍ତ ନିୟମାନୁସାର ଏହା ଅନୁଷ୍ଠିତ ହୋଇଥିଲା ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories