www.samajalive.in
Sunday, December 7, 2025
14.1 C
Bhubaneswar

ସମଗ୍ର ଜିଲାରେ ମେରୁପର୍ବ ପାଳିତ : କରୋନା ଦୂର ପାଇଁ ହେଲା ପୂଜାପାଠ

ଫୁଲବାଣୀ : କନ୍ଧମାଳ ଜିଲାରେ ସମସ୍ତ ବ୍ଳକରେ ପ୍ରାୟ ୧୨୦ରୁ ଅଧିକ ଦଣ୍ଡଦଳ ଥିବା ବେଳେ କୋଭିଡ଼୍‍ କଟକଣା ମଧ୍ୟରେ ଦଣ୍ଡାଯାତ୍ରା ପରି ସମଗ୍ର ଜିଲାରେ ମାସନ୍ତ ଓ ସଂକ୍ରାନ୍ତି ମେରୁ ପର୍ବ ପାଳିତ ହୋଇଯାଇଛି। ତେବେ ମେରୁପର୍ବ ପାଳନ ଅବସରରେ କେଉଁଠି ସାମାଜିକ ଦୂରତ୍ୱ ଥିଲା ତ ପୁଣି କେଉଁଠାରେ ସାମାଜିକ ଦୂରତ୍ୱ ଦେଖାଯାଇନଥିଲେ ମଧ୍ୟ ସମଗ୍ର ଜିଲାରେ ଶାନ୍ତି ଶୃଙ୍ଖଳାର ସହିତ ଏହି ପର୍ବ ପାଳିତ ହୋଇଯାଇଛି। ତେବେ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ କମ୍‍ ସଂଖ୍ୟକ ଶ୍ରଦ୍ଦାଳୁଙ୍କ ଉପସ୍ଥିତି ଦେଖାଯାଇଛି।

- Advertisement -

ଫୁଲବାଣୀ ନିକଟ ଦାମିଙ୍ଗା ମେରୁ କୋଭିଡ଼୍‍ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କେବଳ ଗ୍ରାମ ଭିତରେ ସୀମିତ ଥିବା ବେଳେ ମେରୁ ଯାତ୍ରାକୁ ବାହାର ଲୋକଙ୍କ ଆଗମନକୁ ସଂପୂର୍ଣ୍ଣଭାବେ ବାରଣ କରାଯାଇଥିଲା। ସଂକ୍ରାନ୍ତି ମେରୁ ରୀତି ଓ ନୀତି ପ୍ରକାରେ ଶେଷ ହୋଇଯାଇଛି। ଚଳିତ ବର୍ଷ କମ୍‍ ସଂଖ୍ୟା ଶ୍ରଦ୍ଧାଳୁ ଯୋଗୁଁ ଯାତ୍ରା ଫିକା ପଡ଼ିଯାଇଥିଲା। ମନ୍ଦିର ସମ୍ମୁଖରେ ଧୂଳି ଦଣ୍ଡ , ଅପରାହ୍ନରେ ପାଣି ଦଣ୍ଡ ଓ ରାତି ଅଗ୍ନିଦଣ୍ଡ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁଲିସ୍‍ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସେହିଭଳି ଜିଲାର ଗୁମାଗଡ଼, ବଲସକୁମ୍ପା, ଶଙ୍କରାଖୋଲ, ଗଂଜୁଗୁଡ଼ା, ଖଜୁରିପଡ଼ା, ନବଗୁବା, ଘୋଡ଼ାପଥର,ରେଗୁଡ଼ା,ଲିବେରଣା ଆଦି ଅଞ୍ଚଳରେ ମେରୁଯାତ୍ର ପାଳନ କରି ଦଣ୍ଡ ଠାକୁରଙ୍କ ଯାତ୍ରା ମଧ୍ୟ ଶେଷ କରାଯାଇଛି। ସେହିଭଳି ଭାଲିଆପଡ଼ା ,ସରାଚୁଡ଼ ,ଦୂତିପଡ଼ା,ଆର୍‍.ନୂଆଗାଁ, ବାଲିସୁଗ୍ରୀ, ବଲସକୁମ୍ପାରେ ମଧ୍ୟ ଏହି ଯାତ୍ରା କୋଭିଡ଼୍‍ କଟକଣା ମଧ୍ୟରେଶେଷ ହୋଇଯାଇଛି। ଏହି ଅବସରରେ ଭକ୍ତମାନେ ମାକ୍ସ ପିନ୍ଦିଥିବା ବେଳେ ଦଣ୍ଡୁଆ ମାନେ ଶ୍ରୀଘ ଯେଭଳି ଭାବେ କରୋନା ଦୂରହେବ ସେ ନେଇ ମଣିଡ଼ାକ ଦେବା ସହିତ ଭଗବାନଙ୍କୁ ପ୍ରାର୍ଥନା କରି ଯାତ୍ରା ସମାପ୍ତ କରିଛନ୍ତି।

Hot this week

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

Related Articles

Popular Categories