www.samajalive.in
Sunday, December 14, 2025
23.1 C
Bhubaneswar

୧୯୮୪ ଅଲିମ୍ପିକ୍‍ସରେ ଭାତ, ଆଚାର ଖାଇ ଦୌଡ଼ିଥିଲି : ଉଷା

ନୂଆଦିଲ୍ଲୀ : ୧୯୮୪ ଲସ୍‍ ଆଞ୍ଜେଲ୍‍ସ ଅଲିମ୍ପିକ୍‍ସରେ ମହିଳା ୪୦୦ ମିଟର ହଡଲ୍‍ର୍ସରେ ଅଳ୍ପକେ ବ୍ରୋଞ୍ଜ୍‍ ପଦକ ହାସଲ କରିବାକୁ ବଞ୍ଚିତ ହୋଇଥିଲେ ମହାନ୍‍ ଭାରତୀୟ ଧାବିକା ପିଟି ଉଷା। ବ୍ରୋଞ୍ଜ୍‍ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହେବା ସଂପର୍କରେ ମୁହଁ ଖୋଲିଛନ୍ତି ପିଟି ଉଷା।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଉଷା କହିଥିଲେ ୧୯୮୪ ଅଲିମ୍ପିକ୍‍ସର କ୍ରୀଡ଼ା ଗ୍ରାମରେ ତାଙ୍କୁ ଭାତ ଓ ଆଚାର ଖାଇବାକୁ ପଡ଼ିଥିଲା। ଫଳରେ ୪୦୦ ମିଟର ହଲଡ୍‍ର୍ସର ଫାଇନାଲରେ ସେ ଅଳ୍ପକେ ପଦକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। ସୂଚନାଥାଉକି ଏହି ଦୌଡ଼ ପ୍ରତିଯୋଗିତାରେ ରୋମାନିଆର କ୍ରିଷ୍ଟିଆନା କୋଜୋକାରୁ ଓ ପିଟି ଉଷା ପାଖାପାଖି ଏକା ସମୟରେ ଦୌଡ଼ ଶେଷ କରିଥିଲେ। ତେବେ ଫଟୋ ଫିନିସ୍‍ରେ ପିଟି ଉଷାଙ୍କୁ ପଛରେ ପକାଇ କୋଜୋକାରୁ ବ୍ରୋଞ୍ଜ୍‍ ପଦକ ଜିତିଥିଲେ। ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପିଟି ଉଷା କହିଥିଲେ ସେତେବେଳେ କ୍ରୀଡ଼ାଗ୍ରାମରେ ତାଙ୍କୁ ଖାଇବାକୁ କେବଳ ଭାତ ଓ ଆଚାର ମିଳୁଥିଲା। ଫଳରେ ୪୦୦ ମିଟର ହଡଲ୍‍ର୍ସର ଫାଇନାଲର ଶେଷ ୩୫ ମିଟର ବେଳକୁ ସେ ନିଜ ପ୍ରଦର୍ଶନ ବଜାୟ ରଖିବାରେ ଅସଫଳ ହୋଇଥିଲେ। ଭାତ ଓ ଆଚାର ଖାଇବା ଫଳରେ ସେ ଆବଶ୍ୟକ ଶକ୍ତି ପାଇପାରିନଥିଲେ। ଅନ୍ୟ ଦେଶର ଆଥଲେଟ୍‍ମାନେ ପୁଷ୍ଟିକର ଖାଦ୍ୟ ଖାଇବା ସହ ଅତ୍ୟାଧୁନିକ ଉପକରଣରେ ଅଭ୍ୟାସ କରୁଥିଲେ।
କ୍ରୀଡ଼ା ଗ୍ରାମରେ ଆମେରିକୀୟ ଖାଦ୍ୟ ପରିବେଷଣ କରାଯାଉଥିଲା। ତେବେ ଚିକେନ୍‍ ଓ ଅନ୍ୟାନ୍ୟ ମାଂସ ଖାଇବାକୁ ସେ ପସନ୍ଦ କରୁନଥିବାରୁ ବାଧ୍ୟ ହୋଇ ଭାତ ଓ ଆଚାର ଖାଇ ଦୌଡ଼ିଥିଲେ ବୋଲି ପିଟି ଉଷା କହିଛନ୍ତି। ତାଙ୍କୁ କୌଣସି ପ୍ରକାର ପୁଷ୍ଟିକର ଖାଦ୍ୟ ନ ମିଳିବାରୁ ସେ ବ୍ରୋଞ୍ଜ୍‍ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଥିବା ଉଷା କ୍ଷୋଭର ସହ ମତ ଦେଇଛନ୍ତି। ଉଷା ସ୍କୁଲ୍‍ ଅଫ୍‍ ଆଥଲେଟିକ୍‍ସ ଦ୍ୱାରା ଯୁବ ଓ ପ୍ରତିଭାବାନ୍‍ ଖେଳାଳିଙ୍କୁ ବିଶ୍ୱସ୍ତରୀୟ ଆଥଲେଟ୍‍ ଭାବେ ଗଢ଼ି ତୋଳିବା ତାଙ୍କର ମୂଳଲକ୍ଷ୍ୟ ବୋଲି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଉଷାଙ୍କ ଅଧୀନରେ ୧୮ ଜଣ ବାଳିକା ଆଥଲେଟ୍‍ ଅଭ୍ୟାସ କରୁଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories