ମ.ରାମପୁର: କଳାହାଣ୍ଡି ଜିଲ୍ଲା ଜିଲ୍ଲା ମ.ରାମପୁର ଆଦିବାସୀ ସଂଘ ପକ୍ଷରୁ ନକଲି ଆଦିବାସୀ ପ୍ରମାଣପତ୍ର ଦେଇ ଚାକିରୀ କରିଥିବା ଅବସରପ୍ରାପ୍ତ ଶିକ୍ଷକ ଗନ୍ଧର୍ବ ସାହୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମ.ରାମପୁର ଆଦିବାସୀ ସଂଘ ଓ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ମ.ରାମପୁର ଚାରି ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ଏଥି ସହ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଥାନା ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ। ଏହି ପ୍ରତିବାଦ ସଭାରେ ବହୁ ସଂଖ୍ୟକ ଆଦିବାସୀ ଉପସ୍ଥିତ ଥିଲେ। ଏଥି ସହିତ ଆଦିବାସୀ ସଂଘର ନେତା ପରମାନନ୍ଦ ମାଝୀ, ପଦମ ସିଂ ମାଝୀ, ଧନ ସିଂ ମାଝୀ, ଦାଶରଥି ମାଝୀ, ପ୍ରକାଶ ମାଝୀ, ଧୋବା ପନ୍ଦର ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥି ସହିତ ନକଲି ଆଦିବାସୀ ଆଦିବାସୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଆଦିବାସୀମାନଙ୍କ ପକ୍ଷରୁ ଆନ୍ଦୋଳନ ଜୋରଦାର୍ ହେବ ବୋଲି ଆଦିବାସୀ ନେତାମାନେ ଚେତାବନୀ ଦେଇଛନ୍ତି।
ନକଲି ଆଦିବାସୀ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଦିବାସୀ ସଂଘର ପ୍ରତିବାଦ
Popular Categories



