www.samajalive.in
Thursday, December 11, 2025
15.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ପଦବୀରୁ ଅପସାରିତ ହେବା ପରେ ବଢ଼ିଲା ଅଡ଼ୁଆ

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ବିବାଦୀୟ ସ୍ଥିତିରେ ଆର୍ଥିକ ଅନିୟମିତତା ପ୍ରମାଣିତ ହେବା ପରେ କୁଳପତି ପଦରୁ ଅପସାରିତ ହେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶେଷରେ ଲମ୍ବାଛୁଟି ପରେ ପ୍ରଫେସର ମିତ୍ତଲ ଇସ୍ତଫା ଦେଇ ଫେରିଯାଇଛନ୍ତି ନିଜ ମୂଳ ସ୍ଥାନକୁ। ତେବେ ପୁଣି ପ୍ରଫେସର ମିତ୍ତଲଙ୍କ ଆର୍ଥିକ ଅନିୟମିତା ତଥା ନିରପେକ୍ଷ ତଦନ୍ତ ଦାବୀକୁ ନେଇ ମାମଲା ରୁଜୁ ଏବଂ ତାଙ୍କୁ ଗିରଫ କରାଯିବା ଦାବୀକୁ ନେଇ ଆଇନଜୀବୀ ତଥା ପୂର୍ବତନ ସିନେଟ ସଭ୍ୟଙ୍କ ତରଫରୁ ଆଗାମୀ ୨୬ ତାରିଖରେ ଦିବାରାତ୍ର ଧାରଣା ଦିଆଯିବାକୁ ନେଇ ସଜବାଜ ଚାଲିଛି। ସେପଟେ ପୁଣି ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ବିରେନ୍ଦ୍ର କୋରକୋରାଙ୍କ ତରଫରୁ ପୂର୍ବତନ କୁଳପତି ପ୍ରଫେସର ମିତ୍ତଲଙ୍କ ଆର୍ଥିକ ଅନିୟମିତାକୁ ନେଇ କେଉଁ ପ୍ରକାରର ପଦକ୍ଷେପ ନିଆଯାଇଛି, କୌଣସି ଅପରାଧିକ ମାମଲା ରୁଜୁ କରାଯାଇଛି କି, ଏହା ଉପରେ ରିପୋର୍ଟ ଦେବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବଙ୍କୁ ଚିଠି କରିଛନ୍ତି। ଯାହାକି ପ୍ରଫେସର ମିତ୍ତଲଙ୍କ ପଦଚ୍ୟୁତ ହେବା ପରେ ପୁଣି ଅଡ଼ୁଆ ବଢ଼଼ାଇଥିବା ନେଇ ଆଲୋଚନା ହେଉଛି।

ତେବେ ସରକାରଙ୍କ ଅତିରିକ୍ତ ସଚିବଙ୍କ ଏହି ଚିଠିରେ ଏପରି ଅନିୟମିତାକୁ ନେଇ କୌଣସି ପ୍ରକାର ଅପରାଧିକ ମାମଲା ପ୍ରଫେସର ମିତ୍ତଲଙ୍କ ବିରୁଦ୍ଧରେ ରୁଜୁ କରାଯାଇଛି କି? ସେପଟେ ଏହି ଆର୍ଥିକ ଅନିୟମିତତା ରାଶି ଭରଣା ପାଇଁ କୌଣସି ପଦକ୍ଷେପ ନିଆଯାଇଛି କି ଏହାକୁ ନେଇ ରିପୋର୍ଟ ଦେବାପାଇଁ କୁଳସଚିବ ଡ ନୃପରାଜ ସାହୁଙ୍କୁ ଏହି ଚିଠି ପ୍ରେରିତ କରାଯାଇଛି। ତେବେ ଏହାକୁ ନେଇ କୁଳସଚିବ ଡ. ନୃପରାଜ ସାହୁଙ୍କୁ ଯୋଗାଯୋଗ କରାଯିବାରୁ ଉକ୍ତ ଚିଠି ସେ ଅତିରିକ୍ତ ସଚିବଙ୍କ ତରଫରୁ ହସ୍ତଗତ ହୋଇଥିବା ସୂଚନା ଦେବା ଏହିତ ସେ ଏହାକୁ ନେଇ ଶୀଘ୍ର ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ଦେଇଥିଲେ।

- Advertisement -

ସୂଚନା ଥାଉକି, କୁଳପତି ଭାବରେ ପ୍ରଫେସର ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅବସ୍ଥାପିତ ହେବା ଦିନଠାରୁ ବିବାଦ ତାଙ୍କ ପିଛା ଛାଡ଼ି ନ ଥିବା ବେଳେ ସେ ମଧ୍ୟ ଗୋଟିଏ ପରେ ଗୋଟିଏ ବିବାଦୀୟ ଘଟଣାରେ ସଂଶ୍ଲିଷ୍ଟ ହୋଇ ସମାଲୋଚିତ ହେବାର ଦୃଷ୍ଟାନ୍ତ ରହିଛି। ବିଶ୍ୱବିଦ୍ୟାଳୟ ଇତିହାସରେ ପ୍ରଥମ ଅତ୍ୟନ୍ତ ସ୍ପର୍ଶକାତର ତଥା ଦୁଃଖଭରା ଘଟଣା ଘଟିଥିଲା ଗତ ୨୦୨୧ ମସିହା ଏପ୍ରିଲ ମାସ ୨୦ ତାରିଖରେ। ପ୍ରଥମେ ବିଶ୍ୱବିଦ୍ୟାଳୟର ଚୁକ୍ତିଭିତ୍ତିକ କର୍ମଚାରୀ ଦିନବନ୍ଧୁ ମିଶ୍ରଙ୍କ ତତ୍କାଳିନ କୁଳପତି ପ୍ରଫେସର ମିତ୍ତଲଙ୍କର କଟୁଭାସା ଆକ୍ଷେପ ସହ୍ୟ କରି ନପାରି ତତ୍କାଳିନ କୁଳପତି ପ୍ରଫେସର ମିତ୍ତଲଙ୍କ ସମ୍ମୁଖରେ ହିଁ ପ୍ରଶାସନିକ କୋଠା ମଧ୍ୟରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୁତି ଦେଇ ନିଜ ଜୀବନ ହାରି ଦେଇଥିଲେ। ପରେ ପୁଣି ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇ ଚାଲିଥିଲା କୁଳପତି ପ୍ରଫେସର ମିତ୍ତଲଙ୍କ ସହିତ। ଶେଷରେ ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନର୨୯ ଲକ୍ଷ ଟଙ୍କା ଆତ୍ମସାତ କରିବା ପ୍ରୟାସରେ ଫେଲ ମାରିବା ଏବଂ ତଦନ୍ତ ପରେ ତାଙ୍କୁ ପୁଣି ୨୯ ଲକ୍ଷ ବିଶ୍ୱବିଦ୍ୟାଳୟ ଆକାଉଣ୍ଟରେ ବାଧ୍ୟହୋଇ ଜମା କରିବା ତାଙ୍କ ପାଇଁ କାଳ ସାଜିବା ସହିତ ତାଙ୍କର ଦୁର୍ନୀତି ନିଜେ ହିଁ ପ୍ରମାଣିତ କରିଥିଲେ ପ୍ରଫେସର ମିତ୍ତଲ। ଏହାପରେ କୁଳପତି ବାଧ୍ୟହୋଇ ଛୁଟିରେ ରହିବା ପରେ ଇସ୍ତଫା ପତ୍ର କୁଳାଧିପତିଙ୍କୁ ଦେଇ ଚାଲିଯିବାକୁ ବାଧ୍ୟ ହୋଇଥିଲେ। ତେବେ ଦୁର୍ନୀତିଖୋର ପୂର୍ବତନ କୁଳପତି ପ୍ରଫେସର ମିତ୍ତଲଙ୍କ ସମସ୍ତ ଦୁର୍ନୀତିର ନିରପେକ୍ଷ ତଦନ୍ତ ଓ ତାଙ୍କର ଗିରଫଦାରୀ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦିବାରାତ୍ର ଧାରଣା ଆଗାମୀ ୨୬ ତାରିଖରେ ଦିଆଯିବ ବୋଲି ଆଇନଜୀବୀ ଏବଂ ବିଶ୍ୱବିଦ୍ୟାଳୟର ପୂର୍ବତନ ସିନେଟ ସଦସ୍ୟମାନଙ୍କ ସ୍ୱାକ୍ଷରିତ ହୋଇଥିବା ଏକ ଚରମପତ୍ର କୁଳାଧିପତିଙ୍କୁ ପ୍ରଦାନ କରିଛନ୍ତି। ବିବାଦୀୟ ପୂର୍ବତନ କୁଳପତି ପ୍ରଫେସର ମିତ୍ତଲ କୋଟି କୋଟି ଟଙ୍କାର ଦୁର୍ନୀତି, ସମସ୍ତ ନିୟମ ବିରୋଧି କାର୍ଯ୍ୟ, ୩୨ ଜଣ ଗରୀବ ଶ୍ରେଣୀର କର୍ମଚାରୀଙ୍କୁ ଅନ୍ୟାୟୋଚିତ ଭାବରେ ବିଶ୍ୱବିଦ୍ୟାଳୟରୁ ବାହାର କରିଦେବା, ବିଶ୍ୱବିଦ୍ୟାଳୟର କର୍ମଚାରୀଙ୍କୁ ଦୁର୍ବ୍ୟବହାର, କ୍ୟାମ୍ପସ ପରିସରରୁ ବ୍ୟାପକ ଗଛକଟା, ଲାଇବ୍ରେରୀର ବହିପୋଡ଼ା, ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଡ଼ି ଲିଟ ଦେବା, ବେଆଇନ ନିଯୁକ୍ତି ଦେବା, ସମ୍ବଲପୁର ଆଇନ ମହାବିଦ୍ୟାଳୟର ପ୍ରାୟ ୬୩ ଲକ୍ଷ ଟଙ୍କା ବେଆଇନ ଭାବରେ ନେଇଯିବା ଏବଂ ବେଆଇନ ରୂପେ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅପସାରଣ କରିବା ପ୍ରଭୃତିରେ ସଂଶ୍ଲିଷ୍ଟ ରହିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories