www.samajalive.in
Thursday, December 11, 2025
15.1 C
Bhubaneswar

ପିଏଫଆଇ ବିରୋଧରେ ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ; ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଚାଲିଛି ଚଢ଼ାଉ

ନୂଆଦିଲ୍ଲୀ: ପିଏଫଆଇ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏନଆଇଏ । ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଚଢ଼ାଉ କରୁଛି । ସୂଚନା ଅନୁଯାୟୀ ଅଗଷ୍ଟ ୨୬ ତାରିଖରେ ଏନଆଇଏର ହାଇଦ୍ରାବାଦ ଶାଖାରେ ପିଏଫଆଇ ସହ ଜଡିତ ଏକ ମାମଲା ପଞ୍ଜୀକୃତ ହୋଇଥିଲା । ମାମଲା ପଞ୍ଜୀକୃତ ହେବା ପରେ ଏନଆଇଏ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟରେ ପ୍ରାୟ ୨୬ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ସେହି ଅଭିଯୋଗକୁ  ଭିତ୍ତିକରି ଆଜି ଏନଆଇଏ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନଆଇଏ ପକ୍ଷରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ଚଢ଼ାଉ କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଉଭୟ ରାଜ୍ୟର ପ୍ରାୟ ୨୩ଟି ସ୍ଥାନରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଚଢ଼ାଉ କରୁଛି ।

- Advertisement -

ଆନ୍ଧ୍ରପ୍ରଦେଶର କୁର୍ନୁଲ, ନେଲ୍ଲୋର, କଡପା, ଗୁଣ୍ଟୁରରେ ଚଢ଼ାଉ କରାଯାଥିବା ବେଳେ ତେଲେଙ୍ଗାନାର ନିଜାମାବାଦରେ ଜଣେ ସନ୍ଦିଗ୍ଧଙ୍କ ବାସଭବନରେ ଚଢ଼ାଉ ହୋଇଛି । ବର୍ତ୍ତମାନ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ଏନଆଇଏ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories