www.samajalive.in
Wednesday, December 10, 2025
26.1 C
Bhubaneswar

‘ବିଗ୍ ବସ୍-୧୬’ରେ ନଜର ଆସିବେ ପ୍ରକୃତି!

ମୁମ୍ବାଇ: ସଲମାନ ଖାନ ଖୁବଶୀଘ୍ର ‘ବିଗ୍ ବସ୍-୧୬’ ସହ ଟିଭି ପରଦାକୁ ଫେରୁଛନ୍ତି। ଏଥର ଶୋ’ରେ ବହୁତ କିଛି ଅଲଗା ଦେଖିବାକୁ ମିଳିବ ଏବଂ ଏହି କାରଣରୁ ଦର୍ଶକଙ୍କ ଉତ୍ସାହ ମଧ୍ୟ ଦୁଇଗୁଣିତ ହୋଇଛି। ଶୋ’ରେ ଭାଗ ନେବାକୁ ଥିବା ପ୍ରତିଯୋଗୀମାନଙ୍କ ବିଷୟରେ ପ୍ରତିଦିନ ନୂଆ ଅପଡେଟ୍‌ ଆସୁଛି। ତେବେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ‘ବିଗ୍ ବସ୍-୧୬’ରେ ନଜର ଆସିବା ନେଇ ଖବର ସାମ୍ନାକୁ ଆସିଛି। ତାଙ୍କ ସହ ‘ସାଥ୍‌ ନିଭାନା ସାଥିୟା’ର ଗୋପୀ ବୋହୂ ଅର୍ଥାତ୍‌ ଜିୟା ମାନେକ ଓ ବିଗ୍‌ ବସ୍‌ ଓଟିଟିରେ ଭାଗ ନେଇଥିବା ରିଦ୍ଧିମା ପଣ୍ଡିତଙ୍କୁ ମଧ୍ୟ ‘ବିଗ୍ ବସ୍-୧୬’ରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

- Advertisement -

ସୂଚନାଯୋଗ୍ୟ, ଏଥର ଅନେକ ବିବାଦୀୟ କଳାକାରଙ୍କୁ ‘ବିଗ୍ ବସ୍-୧୬’ରେ ଦେଖିବାକୁ ମିଳିବ। ଯେଉଁମାନେ କି ଅଭିନୟ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବାବୁସାନ-ତୃପ୍ତି-ପ୍ରକୃତି ବିବାଦକୁ ନେଇ ପ୍ରକୃତି ମିଶ୍ର ଏବେ ଚର୍ଚ୍ଚାରେ। ଗତ ଜୁଲାଇ ମାସରେ ବାବୁସାନ ଓ ପ୍ରକୃତି ଏକାଠି ଗାଡ଼ିରେ ଯାଉଥିବା ସମୟରେ ବାବୁସାନଙ୍କ ପତ୍ନୀ ତୃପ୍ତି ଉଭୟଙ୍କୁ ଅଟକାଇ ସର୍ବ ସମ୍ମୁଖରେ ମାଡ଼ ମାରିଥିଲେ, ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହୋଇଥିଲା। ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି। ଏହା ବ୍ୟତୀତ ତାଙ୍କ ଏମଏମଏସ ଭାଇରାଲ ଘଟଣାକୁ ନେଇ ମଧ୍ୟ ସେ ଚର୍ଚ୍ଚାର ପରିସରଭୁକ୍ତ ହୋଇଥିଲେ। ଏସବୁ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ପ୍ରକୃତି ‘ବିଗ୍ ବସ୍-୧୬’ରେ ଭାଗ ନେଇପାରନ୍ତି ବୋଲି ସୂଚନା ମିଳିଛି। ପ୍ରତିଯୋଗୀ ଚୟନ ସମୟରେ ଚୟନକାରୀ ତାଙ୍କ ନାଁରେ ମୋହର ମାରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ପ୍ରକୃତିଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

ନିକଟରେ ଶୋ’ର ପ୍ରୋମୋ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରୋମୋରେ ସଲମାନ କହିଥିଲେ ଯେ, ଏଥର ଶୋ’ରେ ୧୫ ବର୍ଷର ପରମ୍ପରା ଭାଙ୍ଗିବ ଏବଂ ବିଗ୍ ବସ୍ ନିଜେ ମଧ୍ୟ ଖେଳୁଥିବା ନଜର ଆସିବେ। ଏଭଳି ପରିସ୍ଥିତିରେ, ବିଗତ ସିଜନ୍‌ମାନଙ୍କ ତୁଳନାରେ ‘ବିଗ୍ ବସ୍-୧୬’ ଅନେକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ ହେବାକୁ ଯାଉଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories