www.samajalive.in
Sunday, December 14, 2025
15.1 C
Bhubaneswar

ସମସ୍ୟାରେ ସନ୍ତୁଳିତ ଖାରିଗୁମାବାସୀ, ରାସ୍ତା ଓ ପାଣି ସମସ୍ୟା ଉତ୍କଟ

ମୋହନା: ସ୍ଥାନୀୟ ବ୍ଲକଠାରୁ ୧୨ କିମି ଦୂରରେ ଅବସ୍ଥିତ ଖାରିଗୁମା ଗ୍ରାମ। ଏଠି ସାଧାରଣତଃ ଆଦିବାସୀ ଓ ଅନ୍ୟ ସଂପ୍ରଦାୟର ଲୋକେ ବସବାସ କରନ୍ତି । ଏହି ଗ୍ରାମରେ ରହିଥିବା ୪ଟି ସାହି ଶବର ସାହି, କୁଇ ସାହି, ଓଡ଼ିଆ ସାହି ଓ ଦଳିତ ସାହିର ମୋଟ ଜନସଂଖ୍ୟା ୩ ହଜାର ହୋଇଥିବାବେଳେ ଭୋଟର ହେଉଛନ୍ତି ୫ଶହ। ଏହି ଗ୍ରାମରେ ମୁଖ୍ୟତଃ ଦୀର୍ଘବର୍ଷ ଧରି ଲାଗି ରହିଛି ପାନୀୟ ପାଣି ଓ ରାସ୍ତାର ଶୋଚନୀୟ ଅବସ୍ଥା। ଶବର ସାହିର ୨୨ଘର ପାଇଁ ରହିଛି ମାତ୍ର ଗୋଟିଏ ନଳକୂପ । ଖରାଦିନେ ନଳକୂପରୁ ପାଣି ବାହାରୁ ନ ଥିବାବେଳେ ଅନ୍ୟ ଦିନ ମାନଙ୍କରେ ୪ ରୁ ୫ ହାଣ୍ଡି ପାଣି ପାଣି ବାହାରୁଛି। ପାଣିର ରଙ୍ଗ ହଳଦିଆ ଓ କଳଙ୍କି ଯୁକ୍ତ ହେଲେ ମଧ୍ୟ ଲୋକେ ବାଧ୍ୟହୋଇ ସେହି ପାଣିକୁ ବ୍ୟବହାର କରୁଛନ୍ତି। ସେହି ପାଣି ପିଇ ସାହି ଲୋକେ ପେଟଜନିତ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। କୁଇ ସାହିର ୬୦ଘର ଲୋକଙ୍କ ପାଇଁ ଗୋଟିଏ ନଳକୂପ । ସେଠି ମଧ୍ୟ ପାନୀୟ ପାଣିର ଘୋର ଅଭାବ । ଓଡ଼ିଆ ସାହିରେ ରହିଛି ୨୫ ଘର ପାଇଁ ଗୋଟିଏ ନଳକୂପ । ସେଠି ମଧ୍ୟ ପାଣି ପାଇଁ ହାହାକାର । ୩୦ ଘର ରହିଥିବା ହରିଜନ ସାହିରେ ରହିଛି ଗୋଟିଏ ମାତ୍ର ନଳକୂପ । ଖରାଦିନେ ନଳକୂପରୁ ପାଣି ବାହାରୁ ନ ଥିବାବେଳେ ଅନ୍ୟଦିନେ କମ ପରିମାଣରେ ପାଣି ବାହାରୁଛି। ସେହି ଦୂଷିତ ହଳଦିଆ ଓ କଳଙ୍କି ଯୁକ୍ତ ଯୁକ୍ତ ପାଣି ପିର ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ମହିଳାମାନେ ଅଭିଯେ।ଗ କରିଛନ୍ତି। ବସୁଧା ଯୋଜନା ମାଧ୍ୟମରେ ଗ୍ରାମକୁ ପାଣି ଯୋଗାଇବା ପାଇଁ ଏବଂ ଗ୍ରାମରୁ ପାନୀୟ ଜଳ କଷ୍ଟକୁ ଦୂର କରିବା ପାଇଁ ଗ୍ରାମର ମହିଳା ସୁଶାନ୍ତି ଶବର, ଶସିତା ଶବର, ମୁଝି ମଣ୍ଡଳ, ବୈଶାଗି ଶବର, ସୀତା ମଣ୍ଡଳ, ସୁକାନ୍ତି ଶବର, ସଜନୀ ମଣ୍ଡଳ, ଶଙ୍ଗି ଶବର,ଯଶୋଦା ଶବର, ସୁକାନ୍ତି ଶବର ପ୍ରଶାସନ ନିକଟରେ ଦାବି କରିଛନ୍ତି। ଅପରପକ୍ଷେ ଗ୍ରାମକୁ ଯିବା ରାସ୍ତା କୁଡିକୁମ୍ଫାଠାରୁ ଖାରିଗୁମା ପର୍ୟ୍ୟନ୍ତ ୨ କିମି ରାସ୍ତା ପାଲଟିଛି ମରଣଯନ୍ତା । ଏହି ରାସ୍ତାଦେଇ ପ୍ରତ୍ୟେକ ଦିନ ଯୁବ ପଞ୍ଚାୟତ ଓ ବଡ ସିନ୍ଧ ବା ପଞ୍ଚାୟତର ଶହଶହ ଲୋକ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟକୁ ବିଭିନ୍ନ କାମରେ ସଦର ମହକୁମା ମୋହନାକୁ ଯାତାୟତ କରିଥାନ୍ତି। ୧୦୮ ଆମ୍ବୁଲାନ୍ସ ଏହି ରାସ୍ତା ଦେଇ ଗ୍ରାମକୁ ଯିବା କଷ୍ଟସାଧ୍ୟ ହୋଇଥିବା ବେଳେ ଜରୁରୀ ଓ ଗର୍ଭବତୀ ମହିଳାଙ୍କୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ସମ୍ଭବପର ହୋଇ ପାରୁନି। ଗମନାଗମନ ପାଇଁ ମାତ୍ର ୨ କିମି ରାସ୍ତା ସାଜିଛି କଣ୍ଟା । ଏଣୁ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହାସହିତ ଗ୍ରାମର ଗରୀବ ପରିବାରଗୁଡିକୁ ପ୍ରଧାନମନ୍ତ୍ରୀ ଆବାସ କିମ୍ଵା ବିଜୁ ପକ୍କା ଘର ଯୋଗାଇ ଦେବାପାଇଁ ଲୋକେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯଦି ଗ୍ରାମବାସୀଙ୍କର ପାନୀୟ ଜଳର ଅଭାବ ଓ ଗମନାଗମନ ପାଇଁ ରାସ୍ତା ନିର୍ମାଣ କରାନଯାଏ ତେବେ ଗ୍ରାମର ମହିଳା ଓ ପୁରୁଷମାନେ ଭୋଟ ବର୍ଜନ କରିବା ସହ ବ୍ଳକ କାର୍ୟ୍ୟାଳୟ ଘେରାଉ କରିବେ ବୋଲି ଗ୍ରାମର ୱ।ର୍ଡ ମେମ୍ବର ବିଶ୍ଵାମିତ୍ର ମଳିକ, ଦୟାନିଧି ଶବର, ସୁବାଷ ମଣ୍ଡଳ, ଲକ୍ଷ୍ମଣ ମଣ୍ଡଳ, ପର୍ଶୁରାମ ଶବର, ଶଙ୍କର ଶବର, ସୁକ ଶବର, ଶୁକ୍ଳଦେବ ଶବର ପ୍ରମୁଖ ଗ୍ରାମବାସୀ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories