www.samajalive.in
Saturday, December 13, 2025
26.1 C
Bhubaneswar

ଟିକା ନେବା ପାଇଁ ଆସି ଫେରିବାରୁ ଅସନ୍ତୋଷ

ବେଗୁନିଆ : ବେଗୁନିଆ ବ୍ଲକର ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ବେଗୁନିଆ କଣ୍ଟାବାଡ଼ ଏବଂ ଡାଳତୋଳା ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟିକା ପ୍ରଦାନ ଚାଲିଥିବାବେଳେ ନିୟମିତ ଟିକା ପ୍ରଦାନ କରାଯାଉ ନ ଥିବାର ଜଣାପଡିଛି। ଯେଉଁଦିନ ଟିକା ଦିଆଯାଉଛି ତା ପୂର୍ବରୁ ଲୋକମାନଙ୍କୁ କୌଣସି ପୂର୍ବ ସୂଚନା ଦିଆଯାଉନାହିଁ । ଫଳରେ ଲୋକମାନେ ବହୁ ଦୂର ଦୁରାନ୍ତରରୁ ହଇରାଣ ହରକତ ହୋଇ ଟିକା କେନ୍ଦ୍ରକୁ ଆସି ଟୀକା ନନେଇ ଅସନ୍ତୋଷ ପ୍ରକାଶ କରି ଫେରୁଥିବାର ଜଣାପଡିଛି ।

ପ୍ରଥମ ଡୋଜ ନେଇଥିବା କିଛି ବୟସ୍କା ମହିଳା ଏବଂ ପୁରୁଷ ବ୍ୟକ୍ତି ଦ୍ୱିତୀୟ ଡୋଜ ନେବାପାଇଁ ଆଜି ଡାଳତୋଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ମାତ୍ର ୧୦୦ ଟି ଟିକା ଆସିଥିବାବେଳେ ଏତେ ସଂଖ୍ୟକ ଲୋକମାନଙ୍କ ପାଇଁ ଟିକା ନ ଥିବାରୁ ମେଡ଼ିକାଲ ତରଫରୁ ଲୋକମାନଙ୍କୁ ଫେରାଇ ଦିଆଯାଇଥିଲା । ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସମ୍ପୃକ୍ତ ସ୍ଥାନରେ କିନ୍ତୁ ଲୋକମାନେ କୋଭିଡ ନୀତିନିୟମକୁ ସମ୍ପୂର୍ଣ ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳିଥିଲା । ଲୋକମାନେ ସାମାଜିକ ଦୂରତାକୁ ଖାତିର କରୁ ନ ଥିବାବେଳେ ବହୁ ଲୋକ ମାସ୍କ ମଧ୍ୟ ପିନ୍ଧି ନ ଥିବାର ଦେଖିବାକୁ ମିଳିଥିଲା । ଏଥିପ୍ରତି ପ୍ରଶାସନର ନଜର ନଥିବା ପରି ମନେ ହେଉଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories