www.samajalive.in
Monday, December 8, 2025
13.1 C
Bhubaneswar

ରଥଯାତ୍ରାରେ ଛେରାପହଁରା କରିବେ ଗଜପତି

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେ। ରଥଯାତ୍ରାରେ ଛେରାପହଁରା ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ସୂଚନା ଦେଇଛନ୍ତି। ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ। ତାହା ମୁଖ୍ୟ ପର୍ବ। ସ୍ନାନ ଯାତ୍ରାକୁ ନ ଯାଇ ରଥ ପାଇଁ ନିଷ୍ପତ୍ତି ନେଇଛୁ। ରଥଯାତ୍ରାରେ ମହାପ୍ରଭୁଙ୍କ ରଥରେ ଛେରାପହଁରା କରିବା ପାଇଁ ନିଷ୍ପତ୍ତି ନେଇଛୁ। ମହାପ୍ରଭୁ ଚାହିଁଲେ ବାହୁଡ଼ା ଯାତ୍ରାରେ ମଧ୍ୟ ଆମେ ଯିବୁ ବୋଲି ​‌ ପ୍ରକାଶ କରିଛନ୍ତି। କୋଭିଡ ସ୍ଥିତିକୁ ଦେଖି ରଥଯାତ୍ରାରେ ଭକ୍ତମାନଙ୍କ ସମାଗମ ଠିକ ନୁହେଁ। ସେମାନେ ଏକତ୍ରିତ ହେଲେ ସଂକ୍ରମଣ ବୃଦ୍ଧି ପାଇବ। ସଂକ୍ରମଣ ଯେଭଳି ବୃଦ୍ଧି ପାଇବ ନାହିଁ ସେଥିପ୍ରତି ଦୃଷ୍ଟି ଦେବା ସରକାର। ତେବେ ରଥଯାତ୍ରା ପରିଚାଳନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସ୍ବାଗତ ଯୋଗ୍ୟ ବୋଲି ସେ ପ୍ରକାଶ କରିଛନ୍ତି।


ଏଠାରେ ସୂଚନା ଯୋଗ୍ୟ ଯେ ସ୍ନାନ ଯାତ୍ରାରେ ଗଜପତିଙ୍କ ସ୍ଥାନରେ ମୁଦିରସ୍ତ କରିଥିଲେ ଛେରାପହଁରା। ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବା ପରମ୍ପରା ରହିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories