www.samajalive.in
Saturday, December 13, 2025
21.1 C
Bhubaneswar

ପୁରୀ ଛାଡ଼ି ନ ଯିବାକୁ ପ୍ରିୟଙ୍କାଙ୍କୁ ନିର୍ଦେଶ

ସମାଜ ଡିଜିଟାଲ ଡେସ୍କ: ପାକ୍‌ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ସହିତ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତି। ଉଭୟଙ୍କ ଲିଙ୍କ୍‌ ଥିବା ସାମ୍ନାକୁ ଆସିବା ପରେ ଗୁଇନ୍ଦା ଅଧିକାରୀ ଏବଂ ପୁଲିସ ପ୍ରିୟଙ୍କାଙ୍କୁ ଶନିବାର ଜେରା କରିଛି। ମାମଲାର ତଦନ୍ତ ଚାଲିଥିବାରୁ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନ ଯିବାକୁ ପୁଲିସ ପକ୍ଷରୁ ନିର୍ଦେଶ ଦିଆଯାଇଛି। ହରିୟାଣା ପୁଲିସ ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସପି ଭିନିତ ଅଗ୍ରଓ୍ବାଲ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପ୍ରିୟଙ୍କାଙ୍କ ବଡ଼ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଗ ଦେଶ, ଝିଅ ପଛ। ଆମ ଝିଅ ଉପରେ ପୂରା ବିଶ୍ଵାସ ରହିଛି। ସେ ସେଭଳି ଝିଅ ନୁହେଁ। ତଥାପି ଯଦି ସେ ଭୁଲ କରିଥିବ କାର୍ଯ୍ୟାନୁଷ୍ଠାନ ହେଉ।

- Advertisement -

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁପ୍ତଚର କାମ କରୁଥିବା ହରିୟାଣାର ଜ୍ୟୋତି ମାଲହୋତ୍ରାଙ୍କୁ ହିସାରରୁ ଶନିବାର ଗିରଫ କରାଯାଇଥିଲା। ତାଙ୍କ ମୋବାଇଲ ଫୋନ ଯାଞ୍ଚ ବେଳେ ସେ ପୁରୀ ଆସିଥିବା ଏବଂ ପୁରୀର ପ୍ରିୟଙ୍କା ସେନାପତିଙ୍କ ସହିତ ତାଙ୍କର ସମ୍ପର୍କ ଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସ ପକ୍ଷରୁ ପ୍ରିୟଙ୍କାଙ୍କୁ ଜେରା କରାଯାଇଛି।

ଅନ୍ୟପଟେ ପ୍ରିୟଙ୍କା କହିଛନ୍ତି ଯେ, ଜ୍ୟୋତି କେବଳ ତାଙ୍କର ଜଣେ ବନ୍ଧୁ। ୟୁଟ୍ୟୁବ ଜରିଆରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଜ୍ୟୋତି ଦେଶଦ୍ରୋହ କାର୍ଯ୍ୟ କରୁଥିବା ସେ ଜାଣି ନ ଥିଲେ। ଆଗରୁ ଜାଣିଥିଲେ ତାଙ୍କ ସହିତ କୌଣସି ସମ୍ପର୍କ ରଖି ନ ଥାଆନ୍ତେ ବୋଲି କହିଛନ୍ତି। ତା’ ସହିତ ପୁଲିସକୁ ତଦନ୍ତରେ ସମସ୍ତ ସହଯୋଗ କରିବେ ବୋଲି ସେ କହିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories