www.samajalive.in
Saturday, December 13, 2025
21.1 C
Bhubaneswar

ଜିଏସଟି ଦିବସ ଉପଲକ୍ଷେ ଭୁବନେଶ୍ଵରରେ ସାଇକେଲ ମାରାଥନ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ଜୁଲାଇ ୧ ତାରିଖରେ ଜିଏସଟି(ଦ୍ରବ୍ୟ ଏବଂ ସେବା କର) ଦିବସ ପାଳନ କରାଯିବ। ଦେଶରେ ଜିଏସଟି ଲାଗୁ କରାଯିବାର ୮ମ ବର୍ଷ ପୂର୍ତ୍ତି ଅବସରରେ ଏହି ଦିବସ ପାଳନ କରାଯିବାକୁ ଥିବାବେଳେ ଏହି ଉପଲକ୍ଷେ ରବିବାର ଭୁବନେଶ୍ଵରରେ ଏକ ସାଇକେଲ ମାରାଥନ ଆୟୋଜିତ ହୋଇଯାଇଛି। ଭୁବନେଶ୍ଵର ସିଜିଏସଟି ଏବଂ ସେଣ୍ଟ୍ରାଲ ଏକ୍ସସାଇଜ କମିଶନରେଟ ପକ୍ଷରୁ ଫିଟ୍ ଇଣ୍ଡିଆ ମୁଭମେଣ୍ଟ ସହଯୋଗରେ ଏହି ମାରାଥନ ଆୟୋଜନ କରାଯାଇଥିଲା। ଜନସାଧାରଣଙ୍କୁ ଜିଏସଟି ଏବଂ ଭାରତର ଅର୍ଥନୈତିକ ବିକାଶରେ ଏହାର ଆବଶ୍ୟକତା ସମ୍ପର୍କରେ ସଚେତନ କରାଯାଇଥିଲା।

ଭାରତୀୟ ରାଜସ୍ଵ ଅଧିକାରୀ ତଥା ସିଜିଏସଟି ଏବଂ କେନ୍ଦ୍ରୀୟ ଶୁଳ୍କ ଭୁବନେଶ୍ଵର କମିଶସନରେଟର ପ୍ରଧାନ ଆୟୁକ୍ତ ଦେବାଶିଷ ସାହୁ ପତାକା ଦେଖାଇ ସାଇକେଲ ମାରାଥନର ଶୁଭାରମ୍ଭ କରିଥିଲେ। ଓଡ଼ିଶାର ପ୍ରଥମ ଚେସ୍‌ ଗ୍ରାଣ୍ଡମାଷ୍ଟର ସ୍ଵୟାଙ୍ଗସୁ ସତ୍ୟପ୍ରଜ୍ଞା, ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ଉପସ୍ଥିତ ଥିଲେ। ବିଭାଗର ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ଏହି ମାରାଥନରେ ଅଂଶଗ୍ରହଣ କରିଥିଲେ। ପୁଲିସ ଏବଂ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିଲା।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories