ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପତ୍ତି ନେଇ ବିଜେପିର ସମାଲୋଚନା

ଡେସ୍କ: ୱାୟନାଡ ସଂସଦୀୟ ଆସନରୁ ନାମାଙ୍କନ ପତ୍ର ଦାଖଲ ବେଳେ ସତ୍ୟପାଠରେ ସମ୍ପତ୍ତି ଘୋଷଣାକୁ ନେଇ ବିଜେପି ଆଜି କଂଗ୍ରେସ ଏବଂ ଏହାର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ବିଜେପି ମୁଖପାତ୍ର ଗୌରବ ଭାଟିଆ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ସେ ଦାଖଲ କରିଥିବା ସତ୍ୟପାଠ ଦୁର୍ନୀତିର ସ୍ୱୀକାର। ଏହି ସତ୍ୟପାଠରେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ସମ୍ପତ୍ତି କମ୍ ଥିବା ବେଳେ ଆୟକର ବିଭାଗର ଟିକସ ଦାବି ଅଧିକ ବୋଲି ସେ କହିଛନ୍ତି।

Comments are closed.