www.samajalive.in
Monday, December 8, 2025
13.1 C
Bhubaneswar

ରାହୁଲଙ୍କ ୟୁପି ସେନାର ପ୍ରିୟଙ୍କା ସାରଥୀ

ନୂଆଦିଲ୍ଲୀ: ନିଜ ରାଜନୈତିକ ଛବିକୁ ଅଧିକ ସ୍ପଷ୍ଟ କରିବାକୁ ଉତ୍ତରପ୍ରଦେଶରେ ରାହୁଲଙ୍କ ସାରଥୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧି। ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଏକ ବିଜ୍ଞପ୍ତି ଜାରି କରି ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରଦାନ କରିଛନ୍ତି। ଏବେ ପ୍ରିୟଙ୍କା ଗାନ୍ଧି ଏଆଇସିସି ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅବଶ୍ୟ ଆନୁଷ୍ଠାନିକ ପଦପଦବୀ ସମ୍ଭାଳିବା ପୂର୍ବରୁ ପ୍ରିୟଙ୍କା ରାଜନୀତିରେ ସକ୍ରିୟ ଅଛନ୍ତି। ୨୦୧୪ରେ ସେ କଂଗ୍ରେସର ଷ୍ଟାର ପ୍ରଚାରକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି। ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରେ ସୋନିଆ ଗାନ୍ଧି ହୁଅନ୍ତୁ କିମ୍ବା ରାହୁଲ ଗାନ୍ଧି, ନିର୍ବାଚନ ପ୍ରଚାରରେ ଉଭୟଙ୍କ କ୍ଷେତ୍ରରେ ଷ୍ଟାର ପ୍ରଚାରକଭାବେ ଲୋକେ ପ୍ରିୟଙ୍କା ଗାନ୍ଧିଙ୍କୁ ଦେଖିଛନ୍ତି।
ଅପରପକ୍ଷରେ ୟୁପି ରାଜନୀତିରେ ପୂର୍ବା-ଉତ୍ତରପ୍ରଦେଶର ଗୁରୁତ୍ୱ ବେଶ୍‍ ରହିଛି। କାରଣ ପୂର୍ବାଞ୍ଚଳର ଗୋରଖପୁର ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ କ୍ଷେତ୍ର ହୋଇଥିବାବେଳେ ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ କ୍ଷେତ୍ର। ଏହି ସବୁ ଅଞ୍ଚଳ ଏବେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଦଳୀୟ ପ୍ରଚାର କରିବେ। ଫଳରେ ବିଜେପିର ହେଭିୱେଟ୍‍ ଏହି ନେତାଙ୍କ ବିପକ୍ଷରେ ସିଧାସଳଖ ପ୍ରିୟଙ୍କା ପ୍ରଚାରରେ ମୁହାଁମୁହିଁ ହେବେ।
କେବଳ ପ୍ରିୟଙ୍କା କାହିଁଁକି ମଧ୍ୟପ୍ରଦେଶ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏଆଇସିସି ପଶ୍ଚିମ ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛି। ମଧ୍ୟପ୍ରଦେଶରେ କଂଗ୍ରେସର ବିଜୟ ପାଇଁ ଜ୍ୟୋତିରାଦିତ୍ୟଙ୍କ ରଣନୀତିକୁ ଦାୟୀ କରିଛି ଦଳ। ତେଣୁ କଂଗ୍ରେସର ଦୁଇ ପ୍ରମୁଖ ସାରଥୀ ଆଗାମୀ ଦିନରେ ୟୁପିରେ କଂଗ୍ରେସର ଭାଗ୍ୟ ନିର୍ଦ୍ଧାରଣ କରିବେ କହିବା ଭୁଲ ହେବ ନାହିଁ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories