ଭୁବନେଶ୍ଵର: ପ୍ରିୟା ମ୍ୟୁଜିକ୍ ବ୍ୟାନର ସବୁବେଳେ ନୂଆ ପରିକଳ୍ପନା ସହ ନୂଆ ନୂଆ ମ୍ୟୁଜିକ୍ ଭିଡିଓ ଦର୍ଶକଙ୍କୁ ଭେଟି ଦେଇଥାଏ। କିଛି ମାସ ପୂର୍ବେ ଏକ ଭିନ୍ନ ସ୍ୱାଦ ସହିତ ନିଆରା ପରିକଳ୍ପନାରେ କିଛି ନୂଆ କୁନି କଳାକାରଙ୍କୁ ନେଇ ଭେଟି ଦେଇଥିଲେ “ତୁ ମୋ ଘରଣୀ” ନାମକ ଏକ ମ୍ୟୁଜିକ୍ ଭିଡିଓ। ଯାହାକୁ ଦର୍ଶକ ଦେଇଛନ୍ତି ଅନେକ ଭଲ ପାଇବା। ଏବେ ସାବିତ୍ରୀ ଆସିଛି; ଏହି ଅବସରରେ ପୁଣି ଏକ ନୂଆ ପରିକଳ୍ପନାରେ ମୁକ୍ତିଲାଭ କରିଛି ତୁ ମୋ ସାବିତ୍ରୀ। ଏହି ଅବସରରେ ଓଲିଉଡ଼ର ଅନେକ ପୁରୁଖା କଳାକାର ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ଅଭିନେତା ତଥା ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଥ୍ଵୀରାଜ ନାୟକ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ମ୍ୟୁଜିକ୍ ଭିଡିଓ ନିର୍ଦ୍ଦେଶକ ମଣ୍ଟୁ ଜେନା, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଲାଇନ୍ ପ୍ରଡ୍ୟୁସର ଅମର ମହାପାତ୍ରଙ୍କ ସମେତ ପ୍ରଯୋଜକ ରିଙ୍କୁ ପ୍ରଧାନ ଏବଂ ପ୍ରିୟା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଓଲିଉଡ଼ର ଜଣା ଶୁଣା କମେଡି ଅଭିନେତା ଅମର ମହାପାତ୍ରଙ୍କ ତତ୍ୱାବଧାନରେ ପ୍ରିୟା ମ୍ୟୁଜିକ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓକୁ ପ୍ରଯୋଜନା କରିଛନ୍ତି ରିଙ୍କୁ ପ୍ରଧାନ ଓ ପ୍ରିୟା ପ୍ରଧାନ। ନିର୍ଦ୍ଦେଶନା ଦେଇଛନ୍ତି ମଣ୍ଟୁ ଜେନା। ରିଙ୍କୁ ପ୍ରଧାନ, ପ୍ରିୟା ପ୍ରଧାନ, ଅମର ମହାପାତ୍ର, ରାହୁଲ ରଙ୍ଗିଲା, ବୁଲ୍ଟି, ଶୁଭସ୍ମିତା ଏବଂ ସ୍ବିଟିଙ୍କ ଭଳି କିଛି ନବୀନ ଓ ପ୍ରବୀଣ କଳାକାର ଏହି ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଛନ୍ତି।
ଗୀତ ରଚନା କରିଛନ୍ତି ପି. ଶାରଦା, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପିଣ୍ଟୁ ଦାସ ଏବଂ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଅନ୍ତରା ଚକ୍ରବର୍ତ୍ତୀ। ଚିତ୍ରତ୍ତୋଳନ ସୁମନ ଏବଂ ସମ୍ପାଦନା କୁନା ରାଉଳ କରିଛନ୍ତି। ଲାଇନ୍ ପ୍ରଡ୍ୟୁସର ରହିଛନ୍ତି ଅମର ମହାପାତ୍ର।
ମ୍ୟୁଜିକ୍ ଭିଡିଓର ଶୁଭମୁକ୍ତି ପରେ ପ୍ରିୟା ମ୍ୟୁଜିକ୍ ପ୍ରଡ଼କସନ୍ସ ବ୍ୟାନରରେ ଆସିବାକୁ ଥିବା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସମ୍ପର୍କରେ ଘୋଷଣା କରାଯାଇଥିଲା। ଯାହାର ନିର୍ଦ୍ଦେଶନା ରାଜେନ୍ଦ୍ର ମହନ୍ତ,କାହାଣୀ ଏବଂ ଶିବା ପ୍ରଣବ, ସଙ୍ଗୀତ ବୈଦ୍ୟନାଥ ଦାଶ, ନୃତ୍ୟ ମଣ୍ଟୁ ଜେନାଙ୍କ କାନ୍ଧରେ ଦାୟିତ୍ୱ ଦିଆଯାଇଛି। ମୁଖ୍ୟ ଭୂମିକାରେ ସମ୍ବିତ ନଜର ଆସିବେ ଏବଂ ଅନ୍ୟାନ୍ୟ ଭୂମିକାରେ ହରି ମହାପାତ୍ର, ଶ୍ରୀତମ୍ ଦାସ, ଅନିନ୍ଦିତା, ଅଙ୍କିତ୍, ପ୍ରତିଭା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ଵୀରାଜ ନାୟକ, ପୁଷ୍ପା ପଣ୍ଡା, କାଳିଆ ଷଣ୍ଢ, ନିତିଆ ସାର୍ ନାଲି ଆମ୍ବ ଏବଂ ଅମର ମହାପାତ୍ର ପ୍ରମୁଖ ରହିଛନ୍ତି।



