ମଧ୍ୟାହ୍ନ ଭୋଜନ ଅଣ୍ଡା ଚୋରି କରୁଛନ୍ତି ବିଦ୍ୟାଳୟ ଅଧ୍ୟକ୍ଷ, ଭିଡିଓ ଭାଇରାଲ

ବୈଶାଳୀ : ବିହାରର ବୈଶାଳୀରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଲାଲଗଞ୍ଜର ରିଖର ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ସାହାଣୀ ନିଜ ଛାତ୍ରଛାତ୍ରୀଙ୍କ ଅଣ୍ଡା ଚୋରି କରିନେଇଛନ୍ତି । ଅଣ୍ଡା ଚୋରି କରିବା ସମୟର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ଅଭିଯୋଗ ଅନୁସାରେ ସେ ଅନେକ ସମୟରେ ଏମିତି କରନ୍ତି । ତେବେ ଏଥର ତାଙ୍କ ଭିଡିଓ ଭାଇରାଲ ହୋଇଛି । ଅନ୍ୟପଟେ ନିର୍ଦ୍ଧାରିତ ଭୋଜନ ସଠିକ୍ ରୂପେ ମିଳୁନଥିବା ଛାତ୍ରଛାତ୍ରୀ ଅଭିଯୋଗ ଆଣିଛନ୍ତି ।

Comments are closed.