www.samajalive.in
Tuesday, November 18, 2025
27.1 C
Bhubaneswar

କଂଗ୍ରେସ ଦ୍ରୁତ ଗତିରେ ମୁଖା ବଦଳାଉଛି-ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟସଭାରେ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସିଧା ନିଶାନା କରିଛନ୍ତି। ବାବା ସାହେବ ଆମ୍ବେଦକରଙ୍କ କଥା ଉଠାଇ କଂଗ୍ରେସକୁ ନିଶାନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବାବା ସାହେବଙ୍କୁ କଂଗ୍ରେସ କେବେ ସମ୍ମାନ ଦେଉନଥିଲା। ଏଥିପାଇଁ କଂଗ୍ରେସକୁ ଆଜି ରଙ୍ଗ ବଦଳାଇବାକୁ ପଡ଼ିଲା। ଏଥିପାଇଁ ଦେଶର ସବୁଠୁ ପୁରୁଣା ପାର୍ଟିର ଏଭଳି ଅବସ୍ଥା। ଏସସି, ଏସଟିଙ୍କ ବିକାଶ ପାଇଁ ବାବା ସାହେବ ରୋଡ ମ୍ୟାପ ତିଆରି କରିଥିଲେ। ଆମ୍ବେଦକରଙ୍କ ନାମକୁ ନେଇ କଂଗ୍ରେସ ପୂର୍ବରୁ ବିରକ୍ତ ହେଉଥିଲା। ଆଜି କଂଗ୍ରେସ ବାଧ୍ୟ ହୋଇ ଜୟ ଭୀମ କହିବାକୁ ବାଧ୍ୟ ହୋଇଛି। କଂଗ୍ରେସ ଆମ୍ବେଦକରଙ୍କୁ ଭାରତ ରତ୍ନ ପାଇବାକୁ ଯୋଗ୍ୟ ମନେ କରିନଥିଲା। କଂଗ୍ରେସ ଦ୍ରୁତ ଗତିରେ ମୁଖା ବଦଳାଉଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ରାଜ୍ୟସଭାରେ ସମ୍ବୋଧନବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସ ଏତେ ବଡ଼ ଦଳ ଗୋଟିଏ ପରିବାର ପ୍ରତି ସମର୍ପିତ। ମିଥ୍ୟା, ଭ୍ରଷ୍ଟାଚାର ଓ ତୁଷ୍ଟୀକରଣକୁ ନେଇ ଚାଲିଛି। କିନ୍ତୁ ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟୀକରଣ ଚାହୁଁଛୁ। ସବକା ସାଥ, ସବକା ବିକାଶ ଆମର ଲକ୍ଷ୍ୟ। ନିର୍ବାଚନ ଆସିଲେ ଯୁବରାଜଙ୍କୁ ଦେଖିବାକୁ ମିଳେ।

- Advertisement -

କେବଳ ଯୋଜନା କଲେ ହେବନି, ପହଞ୍ଚାଇବାକୁ ହେବ। ଓବିସି ଆୟୋଗକୁ ସାମ୍ବିଧାନିକ ଦାବି ହେଉଥିଲା। ୩ ଦଶନ୍ଧି ହେଲା ହୋଇପାରୁନଥିଲା, ଆଜି ପୂରଣ ହୋଇଛି। ଓବିସି ବର୍ଗ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ସଂରକ୍ଷଣ ବ୍ୟବସ୍ଥାକୁ ଏସସି, ଏସଟି ବର୍ଗ ବି ସମର୍ଥନ କରିଛନ୍ତି। ବିକାଶର ନାରୀଶକ୍ତି ଯୋଗଦାନକୁ ଅସ୍ୱୀକାର କରି ହେବନି। ଏଥିପାଇଁ ନାରୀଶକ୍ତି ବନ୍ଧନ ଅଧିନିୟମ ଆଣିଲୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପିଏମ ବିଶ୍ୱକର୍ମା ଯୋଜନା ବିନା ସମାଜର ବିକାଶ ଅସମ୍ଭବ। ପୂର୍ବରୁ କଂଗ୍ରେସ କେବେ ବି ଏଥିପ୍ରତି ଧ୍ୟାନ ଦେଇନଥିଲା। ମୁଦ୍ରା ଯୋଜନାରେ ବିନା ଗ୍ୟାରେଣ୍ଟିରେ ଋଣ ଦେବା ଆରମ୍ଭ କଲୁ। ବିନା ଗ୍ୟାରେଣ୍ଟିରେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ଆରମ୍ଭ କଲୁ। ଗରିବ ଓ ବଞ୍ଚିତ ସମୁଦାୟ ଲୋକଙ୍କ ପାଇଁ କାମ କରୁଛୁ। ଆଗରୁ ଖେଳନା ଆମଦାନି କରୁଥିଲୁ, ଏବେ ୩ ଗୁଣା ରପ୍ତାନି। ମତ୍ସ୍ୟଜୀବୀଙ୍କ ବିକାଶ ପାଇଁ ୪୦ହଜାର କୋଟି ଖର୍ଚ୍ଚ କରିଛୁ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

Hot this week

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

Related Articles

Popular Categories