www.samajalive.in
Friday, December 5, 2025
26.1 C
Bhubaneswar

ହସ୍ତଶିଳ୍ପ ସାମଗ୍ରୀକୁ ମିଳିବ ଅଗ୍ରାଧିକାର, ଶସ୍ତା ହେବ ପୋଷାକ

ନୂଆଦିଲ୍ଲୀ : ଜିଏସଟି ପରିଷଦ ବୈଠକରେ ନାଗରିକ କେନ୍ଦ୍ରିତ ଟିକସ ହାରକୁ ପ୍ରାଧାନ୍ୟ ଦିଆଯାଇଛି। କେବଳ ଚତୁଃସ୍ତରୀୟ ଟିକସ ପ୍ରଣାଳୀକୁ ଦ୍ଵିସ୍ତରୀୟକୁ ହ୍ରାସ କରାଯାଇନାହିଁ ବରଂ ଅନେକ କ୍ଷେତ୍ରରେ ଟିକସ ହାର ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଦେଶର ବୟନ ଶିଳ୍ପ କ୍ଷେତ୍ରକୁ ପରବର୍ତ୍ତୀ ପିଢିର ଜିଏସଟି ସଂସ୍କାର ଗତିଶୀଳ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ବୟନ ଶିଳ୍ପ ସାମଗ୍ରୀ କ୍ଷେତ୍ରରେ ହୋଇଥିବା ଜିଏସଟି ପରିବର୍ତ୍ତନ ସାମଗ୍ରିକ ଭାବେ ଖର୍ଚ୍ଚ ହ୍ରାସ କରିବା ସହ ଆଗାମୀ ଦିନରେ ଚାହିଦା ବୃଦ୍ଧି କରିବ ଓ ରପ୍ତାନି ବୃଦ୍ଧିରେ ସହାୟକ ହେବ। ମାନବ ନିର୍ମିତ ତନ୍ତୁ ଉପରେ ଜିଏସଟି ୧୮%ରୁ ୫%କୁ ହ୍ରାସ କରାଯାଇଥିବା ବେଳେ ମାନବ ନିର୍ମିତ ସୂତା ଉପରେ ଜିଏସଟି ୧୨%ରୁ ୫%କୁ ହ୍ରାସ କରାଯାଇଛି। ଫଳରେ ଫାଇବର, ସୂତା ଏବଂ କପଡ଼ା ମଧ୍ୟରେ ଥିବା କ୍ରୟ ଜନିତ ବ୍ୟବଧାନ ରହିବ ନାହିଁ । ହସ୍ତଶିଳ୍ପ ସାମଗ୍ରୀ, ସୂତା ଗାଲିଚା, ହସ୍ତବୁଣା କାର୍ପେଟ ଏବଂ ଗାଲିଚା ଉପରେ ମଧ୍ୟ ଜିଏସଟି ୧୨ରୁ ୫%କୁ ହ୍ରାସ କରାଯାଇଛି। କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ଏହି ଜିଏସଟି ହ୍ରାସ ଉଭୟ ରପ୍ତାନି ଏବଂ ଘରୋଇ ବ୍ୟବହାରକୁ ବୃଦ୍ଧି କରିବ। ଆମଦାନୀ ଉପରେ ମଧ୍ୟ ଦେଶର ନିର୍ଭରତା ହ୍ରାସ ପାଇବ ବୋଲି ସେ କହିଛନ୍ତି। ଦେଶରେ ଥିବା ବୟନ କ୍ଷେତ୍ରର ଶିଳ୍ପ ମଧ୍ୟ ଏହି ଜିଏସଟି ସଂସ୍କାରକୁ ସ୍ୱାଗତ କରିଛି।

ଘୂର୍ଣ୍ଣିବଳୟ ସୃଷ୍ଟି, ଆଜିଠୁ ୧୩ ଯାଏ ବର୍ଷା

- Advertisement -

୧୫ ସେପ୍ଟେମ୍ବରରେ ଦୁର୍ଲ୍ଲଭ ରାଜଯୋଗ; ଏହି ୪ ରାଶିଙ୍କ ଖୋଲିଯିବ ଭାଗ୍ୟ, ଖାଲି ହେବ ଧନର ବର୍ଷା

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories