www.samajalive.in
Saturday, December 6, 2025
23.1 C
Bhubaneswar

‘ପରୀ’କୁ ହତ୍ୟା ପରେ ମୃତଦେହ ସହ ଦୁଷ୍କର୍ମ କରିଥିଲା ସରୋଜ: ଅରୁଣ ବୋଥ୍ରା

ଭୁବନେଶ୍ଵର: ‘ପରୀ’କୁ ହତ୍ୟା କରିବା ପରେ ତା’ ମୃତଦେହ ସହିତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ସରୋଜ ସେଠୀ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ବୋଥ୍ରା ଏହି ସୂଚନା ଦେବା ସହିତ ତାଙ୍କ ୨୨ ବର୍ଷ ଚାକିରି କାଳରେ ଏହି ଘଟଣା ସବୁଠୁ ବୀଭତ୍ସ ବୋଲି ସେ ଉଲ୍ଲେଖ କରିଛନ୍ତି।

ଯଦୁପୁରର କୁନି ଝିଅ ‘ପରୀ’ ହତ୍ୟା ମାମଲାରେ ଏସଆଇଟି ଉକ୍ତ ଗାଁର ସରୋଜ ସେଠୀଙ୍କୁ ଗିରଫ କରିଛି। ସରୋଜ କେଉଁଭଳି ଭାବେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ ସେ ନେଇ ବୋଥ୍ରା ଆଜି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରୀକୁ ହତ୍ୟା କରିବା ପରେ ସରୋଜ ତା’ ସହିତ ଦୁଷ୍କର୍ମ କରିଥିବା ନେଇ ପୁଲିସ ଆଗରେ ସ୍ବୀକାର କରିଛି ବୋଲି ବୋଥ୍ରା କହିଛନ୍ତି।

- Advertisement -

ପୂରା ଘଟଣା ବର୍ଣ୍ଣନା କରି ବୋଥ୍ରା କହିଛନ୍ତି ଯେ, ପରୀର ଘରଠାରୁ ସରୋଜର ଘର ପ୍ରାୟ ୨୦୦ ମିଟର ହେବ। ସରୋଜର ସାନ ଭଉଣୀ ସହିତ ପରୀର ଭଲ ସମ୍ପର୍କ ଥିଲା। ସରୋଜ ଘରେ ଥିବା ଜାମୁକୋଳି ଖାଇବାକୁ ଛୋଟ ପିଲାମାନେ ଯାଆନ୍ତି। ଜୁଲାଇ ୧୩ ତାରିଖ ଦିନ ପରୀ ତା’ ଘରକୁ ଜାମୁକୋଳି ଖାଇବାକୁ ଯାଇଥିଲା। ପରେ ୧୪ ତାରିଖ ଦିନ ନାବାଳିକା ଏକା ଜାମୁ କୋଳି ଖାଇବାକୁ ଯାଇଥିଲା। ସରୋଜର ବାପା ନାହାନ୍ତି। ମା’ ଆଉ ସାନ ଭଉଣୀ ଚାକିରି କରୁଥିବାବେଳେ ବଡ଼ ଭଉଣୀ ବିବାହ କରିସାରିଛନ୍ତି। ଘଟଣା ଦିନ କେହି ଘରେ ନ ଥିଲେ। ସରୋଜ ଏକୁଟିଆ ଘରେ ଥିଲା। ନାବାଳିକା କୋଳି ଖାଇବାକୁ ଯାଇଥିବାବେଳେ ସରୋଜ ତାକୁ ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା।

ମାତ୍ର ନାବାଳିକା ବାଧା ଦେବାରୁ ସରୋଜ ତା’ର ତଣ୍ଟି ଚିପି ହତ୍ୟା କରିଥିଲା। ମୃତ୍ୟୁ ପରେ ନାବାଳିକା ମୃତଦେହ ସହିତ ସରୋଜ ଦୁଷ୍କର୍ମ କରିଥିଲା। ଏହା ପୂର୍ବ ରାତିରେ ସରୋଜ ରାତିସାରା ଅଶ୍ଳୀଳ ଫିଲ୍ମ ଦେଖିଥିଲା ବୋଲି କହିଛି। ଦୁଷ୍କର୍ମ ପରେ ମୃତଦେହ ଏବଂ ତା’ର ଫ୍ରକ୍‌କୁ ଏକ ଝୋଟ ବସ୍ତାରେ ଭର୍ତ୍ତି କରିଥିଲା। ପରେ ତାହାକୁ ନେଇ ଘରଠୁ ପ୍ରାୟ ୩୦ ମିଟର ଦୂରରେ ଥିବା ଏକ ପୋଖରୀରେ ପକାଇ ଦେଇଥିଲା। ଝିଅର ଲେଗିଙ୍ଗ୍‌ସ ଘଟଣା ସ୍ଥଳରେ ପଡ଼ିଥିଲା। ତାକୁ ଫିଙ୍ଗିବାକୁ ସରୋଜ ଭୁଲି ଯାଇଥିଲା। ପରେ ସେ ଲେଗିଙ୍ଗ୍‌ସକୁ ନେଇ ପୋଖରୀରେ ପିଙ୍ଗିଥିଲା। ସେହି ଲେଗିଙ୍ଗ୍‌ସକୁ ଖୋଜିବା ଲାଗି ଆଜି ଉକ୍ତ ପୋଖରୀକୁ ଶୁଖାଯାଉଛି ବୋଲି ବୋଥ୍ରା କହିଛନ୍ତି।

ବୋଥ୍ରାଙ୍କ ସୂଚନା ଅନୁସାରେ, ସରୋଜ ସବୁବେଳେ ମୋବାଇଲ୍‌ ଫୋନରେ ଚାଇଲ୍ଡ ପର୍ନୋଗ୍ରାଫି ଫିଲ୍ମ ଦେଖୁଥିଲା। ପ୍ରମାଣ ନଷ୍ଟ ପାଇଁ ମୋବାଇଲ୍‌ର ସବୁ ସର୍ଚ୍ଚ ହିଷ୍ଟ୍ରୀ ଡିଲିଟ୍‌ କରିଦେଇଥିଲା। ବୋଥ୍ରା କହିଛନ୍ତି, ସରୋଜ ହେଉଛି ଘଟଣାର ମୁଖ୍ୟ ଅଭିଯୁକ୍ତ। ଘଟଣାର କୌଣସି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। ସାଇଣ୍ଟିଫିକ୍‌ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଧରାଯାଇଛି। ତାକୁ ରିମାଣ୍ଡରେ ନିଆଯିବ। ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ତାହାର ତଦନ୍ତ କରାଯାଉଛି ବୋଲି ବୋଥ୍ରା କହିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories