www.samajalive.in
Monday, December 8, 2025
24.1 C
Bhubaneswar

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ : ଦ୍ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦ ମହାରାଜଙ୍କ ୧୫୦ ତମ ଜନ୍ମ ବାର୍ଷିକୀରେ ଯୋଗଦେବେ

ପୁରୀ :  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ଚୁଡାନ୍ତ ହୋଇଛି । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ୨ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଶୁକ୍ରବାର ପୁରୀ ଗସ୍ତରେ ଯାଇ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରିଛନ୍ତି ।

ସୂଚନା ଅନୁଯାୟୀ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ୧୯ ତାରିଖ ମଧ୍ୟାହ୍ନ ପ୍ରାୟ ୨ଟା ୪୫ ମିନିଟରେ ବିମାନ ଯୋଗେ ଭୁବନେଶ୍ୱରରେ  ପହଞ୍ଚିବେ। ସେଠାରୁ ସେ ହେଲିକେପ୍ଟର ଯୋଗେ ପୁରୀ ଯାଇ ଅପରାହ୍ନ ୩ଟା ୨୫ ମିନିଟରେ ପହଞ୍ଚିବେ। ସେଠାରୁ ସେ ମେ’  ଫେୟାର ହୋଟେଲକୁ ଯାଇ କିଛି ସମୟ ବିଶ୍ରାମ କରିବେ। ରାଷ୍ଟ୍ରପତି ଅପରାହ୍ନ ୫ଟାରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ପ୍ରାୟ  ୫ଟା ୪୫ ମିନିଟରେ  ଶ୍ରୀମନ୍ଦିରରୁ ବାହାରିବେ । ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ରାତ୍ରୀଯାପନ କରିବେ ।

- Advertisement -

୨୦ ତାରିଖ ପୂର୍ବାହ୍ନ ୧୦ଟା ୩୫ ମିନିଟରେ ରାଷ୍ଟ୍ରପତି ପୁରୀର ଶ୍ରୀଚୈତନ୍ୟ ଗୌଡୀୟ ମଠକୁ ଯାଇ ସେଠାରେ ଶ୍ରୀମଦ୍‍ ଦ୍ଭକ୍ତି ସିଦ୍ଧାନ୍ତ ଗୌଡୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରିବେ । ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍‍ ଦ୍ଭକ୍ତି ସିଦ୍ଧାନ୍ତ ଗୌଡୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ପୁରୀର ଶରଧାବାଲି ଠାରେ ଆୟୋଜିତ ତୃତୀୟ ବାର୍ଷିକ ଅଧିବେଶନରେ ରାଷ୍ଟ୍ରପତି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୨୦ ତାରିଖ  ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ରାଷ୍ଟ୍ରପତି ପୁରୀରୁ ଭୁବନେଶ୍ବର ଫେରି ନୂଆଦିଲ୍ଲୀ ପ୍ରର୍ତ୍ତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମର ରହିଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories