ଆତଙ୍କବାଦ ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ନେଉ ବିଶ୍ୱ

0

ନୂଆଦିଲ୍ଲୀ: ଯେଉଁମାନେ ଆତଙ୍କବାଦକୁ ସାହାଯ୍ୟ ସମର୍ଥନ କରୁଛନ୍ତି, ବିଶ୍ୱ ସଂପ୍ରଦାୟ ସେମାନଙ୍କ ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଭାରତ ଏହାର ଲୋକମାନଙ୍କର ସୁରକ୍ଷା ଓ କଲ୍ୟାଣ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବ। କ୍ରୋଏସିଆ ରାଜଧାନୀ ଜଗ୍ରେବ୍‍ରେ ଭାରତୀୟ ସଂପ୍ରଦାୟ ଲୋକମାନଙ୍କୁ ଉଦ୍‍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି, ମାନବ ଜାତିର କଲ୍ୟାଣ ପାଇଁ ଶାନ୍ତି ଓ ସୁରକ୍ଷା ଅତ୍ୟନ୍ତ ଅପରିହାର୍ଯ୍ୟ। ଭାରତୀୟ ଅର୍ଥନୀତି ଆନ୍ତର୍ଜାତିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି। ସେଠାରେ ବହୁସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଆଜି ଭାରତ-କ୍ରୋଏସିଆ ଅର୍ଥନୈତିକ ଫୋରମ୍‍ ବୈଠକରେ ଅଂଶଗ୍ରହଣ କରିବେ।

Leave A Reply