ସମାଜ ଡିଜିଟାଲ ଡେସ୍କ: ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁରୁବାର ରାଷ୍ଟ୍ରପତି ନୂଆଦିଲ୍ଲୀସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ଗସ୍ତ କରିବା ଅବସରରେ ସେଠାରେ ପିଲାମାନଙ୍କୁ ଶିକ୍ଷାଦାନ କରିଥିଲେ। ବିଶ୍ଵ ତାପନ, ଜଳ ସଂରକ୍ଷଣ, ପରିବେଶ ସୁରକ୍ଷା ସମ୍ପର୍କରେ ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେବା ସହିତ ପିଲାମାନଙ୍କୁ ସେମାନଙ୍କ ବିଷୟରେ ପଚାରି ଭାବ ବିନିମୟ କରିଥିଲେ। ଅନେକ ସମୟ ଧରି ରାଷ୍ଟ୍ରପତି ଶ୍ରେଣୀଗୃହରେ ଉପସ୍ଥିତ ରହି ପିଲାଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ଛାତ୍ର ଜୀବନରେ କ’ଣ କରିବା ଉଚିତ ଏବଂ କ’ଣ କରିବା ଅନୁଚିତ ତାହା ମଧ୍ୟ ପିଲାଙ୍କୁ ବୁଝାଇଥିଲେ।
Popular Categories



