www.samajalive.in
Friday, December 5, 2025
20.1 C
Bhubaneswar

ବାସ୍‌, ଏବେ ବହୁତ ହୋଇଗଲା.. କଲକାତା ଘଟଣା ଉପରେ ରାଷ୍ଟ୍ରପତିଙ୍କ କଡ଼ା ବୟାନ

ନୂଆଦିଲ୍ଲୀ: କଲକତାରେ ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ କ୍ରୋଧ ଓ ଅସନ୍ତୋଷର ବାତାବରଣ ରହିଛି। ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଘଟଣା ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ସେ ଏହି ଘଟଣାରେ ନିରାଶ ଓ ଭୟଭୀତ ଅଛନ୍ତି।

ନିଜ ଅସନ୍ତୋଷ ବ୍ୟକ୍ତ କରି ରାଷ୍ଟ୍ରପତି ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଉପରେ ରୋକ ଲଗାଇବାକୁ ଆହ୍ବାନ ଦେଇଛନ୍ତି ଏବଂ କହିଛନ୍ତି ଯେ, ବାସ୍‌, ଏବେ ବହୁତ ହୋଇଗଲା। ସମୟ ଆସିଯାଇଛି, ଭାରତ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ‘ବିକୃତି’ ପ୍ରତି ଜାଗ୍ରତ ହେଉ ଏବଂ ସେହି ମାନସିକତାର ମୁକାବିଲା କରୁ, ଯିଏ ମହିଳାମାନଙ୍କୁ କମ୍ ଶକ୍ତିଶାଳୀ, କମ୍ ସକ୍ଷମ, କମ୍ ବୁଦ୍ଧିମାନ ରୂପେ ଦେଖେ।

- Advertisement -

ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ଏକ ଲେଖାରେ କଲକାତା ଘଟଣା ଉପରେ ଅସନ୍ତୋଷ ବ୍ୟକ୍ତ କରି ରାଷ୍ଟ୍ରପତି କହିଛନ୍ତି, ‘‘ଇତିହାସକୁ ସାମ୍ନା କରିବା ପାଇଁ ଡରୁଥିବା ସମାଜ ସ୍ମୃତିରୁ ସବୁ ପାଶୋରି ଦେଇଥାଏ। ଏବେ ସମୟ ଆସିଛି ଆମକୁ ଇତିହାସକୁ ସାମ୍ନା କରିବାକୁ ପଡ଼ିବ।’’ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ସେ କହିଛନ୍ତି ଯେ, ‘‘ଆମେ ଏହି ବିକୃତି ବିରୋଧରେ ବ୍ୟାପକ ଭାବେ ମୁକାବିଲା କରିବା ଉଚିତ, ଯଦ୍ଵାରା ଏହାକୁ ଆରମ୍ଭରୁ ହିଁ ରୋକା ଯାଇପାରିବ। ଯେଉଁ ଲୋକମାନେ ଏଭଳି ଚିନ୍ତାଧାରା ପୋଷଣ କରନ୍ତି ସେମାନେ ମହିଳାମାନଙ୍କୁ ଏକ ବସ୍ତୁ ଭାବରେ ଦେଖନ୍ତି। ଆମ ଝିଅମାନଙ୍କ ପ୍ରତି ଏହା ଆମର ଦାୟିତ୍ବ ଯେ, ଆମେ ସେମାନଙ୍କ ଭୟରୁ ମୁକ୍ତି ପାଇବା ବାଟରେ ଆସୁଥିବା ପ୍ରତିବନ୍ଧକକୁ ହଟାଇବା।’’

ରାଷ୍ଟ୍ରପତି କହିଛନ୍ତି ଯେ, ‘‘କୌଣସି ସଭ୍ୟ ସମାଜ ଝିଅ ତଥା ଭଉଣୀମାନଙ୍କ ପ୍ରତି ଏପରି ଅତ୍ୟାଚାରକୁ ଅନୁମତି ଦେଇପାରିବ ନାହିଁ। ଦେଶ ଏହା ଉପରେ ନିଜର କ୍ରୋଧ ପ୍ରକାଶ କରିବା ଜରୁରୀ ଏବଂ ମୁଁ ମଧ୍ୟ ଏହାକୁ ନେଇ କ୍ରୋଧିତ।’’ ରାଷ୍ଟ୍ରପତି ‘ମହିଳା ସୁରକ୍ଷା: ବସ୍‌ ବହୁତ ହୁଆ’ ଶୀର୍ଷକ ଏକ ଆର୍ଟିକିଲରେ ପ୍ରଥମ ଥର ପାଇଁ କଲକାତା ଆରଜି କର ମେଡିକାଲ କଲେଜ ଘଟଣା ଉପରେ ନିଜର ମତ ବ୍ୟକ୍ତ କରିଛନ୍ତି।

 

 

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories