www.samajalive.in
Saturday, December 6, 2025
26.1 C
Bhubaneswar

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ବ୍ୟାପକ ପୁଲିସ ମୁତୟନ

ଆରଡ଼ି: ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ଭଦ୍ରକ ସ୍ଥିତ ଆରଡ଼ି ପୀଠରେ ବ୍ୟାପକ ପ୍ରସ୍ତୁତି ଚାଲିଛିି। ବିଶେଷ କରି ପୀଠର ଶାନ୍ତିଶୃଙ୍ଖଳା ନିମନ୍ତେ ୩ଜଣ ମାଜିଷ୍ଟ୍ରେଟଙ୍କ ସହ ଜଣେ ଏସପି, ଜଣେ ଏଏସପି, ୪ଜଣ ଡିଏସପି, ୬ଜଣ ଇନ୍‍ସପେକ୍ଟର, ୩୫ଜଣ ସବ୍‍ଇନ୍ସପେକ୍ଟର ଓ ଏସଆଇ, ୧୩ ପ୍ଲାଟୁନ ଫୋର୍ସଙ୍କ ସହ ଟ୍ରାଫିକ ପୁଲିସ, ହାବିଲଦାର ନିୟୋଜିତ ହୋଇଥିବା ଆରଡ଼ି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ପ୍ରକାଶ କରିଛନ୍ତି। ଜାଗରଯାତ୍ରା ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃ୍‍ଷ୍ଟିରେ ରଖି ଗୁରୁବାର ଜିଲା ଆରକ୍ଷୀ ଅଧ୍ୟୀକ୍ଷକଙ୍କ ପରାମର୍ଶ କ୍ରମେ ଆରମ୍ଭ ହୋଇଛି ପ୍ରାକ ପ୍ରସ୍ତୁତି। ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‍ ଆଜିଠାରୁ ଯାତ୍ରାର ପରଦିନ ଅର୍ଥାତ୍‍ ଶନିବାର ପର୍ଯ୍ୟନ୍ତ ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପୀଠକୁ ସଂଯୋଗ କରୁଥିବା ସ୍ଥଳପଥ ଓ ଜଳପଥରେ ଚଳିତ ବର୍ଷ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଧାମନଗର ଏସଡିପିଓ ମନୋରଞ୍ଜନ ସାମଲ ପ୍ରକାଶ କରିଛନ୍ତି। ସେହିପରି ପୀଠରେ ଥିବା ସମସ୍ତ ସାହି ଓ ବଜାର ରାସ୍ତାରେ ମଧ୍ୟ ଚଳିତବର୍ଷ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକ-ଆରଡି ମୁଖ୍ୟ ରାସ୍ତା ସହ ଯାଜପୁର-ଆରଡି, ମତୋ-ଚାନ୍ଦବାଲି-ଆରଡି ରାସ୍ତାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ସହ ବିଭିନ୍ନ ବଜାର ଓ ଛକରେ ଟ୍ରାଫିକ୍‍ ବ୍ୟବସ୍ଥା କରାଯିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ ପାଇଛି।

ଅପରପକ୍ଷରେ, ପୀଠକୁ ସଂଯୋଗ କରୁଥିବା ମୁଆଁ, ଧାନଖଣିଆ ଓ ତିନିତର ନଦୀଘାଟରେ ବ୍ୟାପକ ପୁଲିସ ମୁତ୍ୟୟନ କରାଯିବା ସହିତ ନଦୀରେ ୨୪ ଘଣ୍ଟିଆ ଓଡ୍ରାଫ୍‍ ଟିମ୍‍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ପଇଁତରା ଦିଆଯିବ। ଏପରିକି ଗୋଟିଏ ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯେପରି ଜଳଯାତ୍ରା ନ କରିବେ ସେଥିପାଇଁ ସମସ୍ତ ଘାଟିଆମାନଙ୍କୁ ନଟକା ଜାରି କରାଯାଇଛି।

- Advertisement -

ପୀଠକୁ ଆସୁଥିବା ବସ, ଟ୍ରେକର ସମେତ ସମସ୍ତ ଚାରିଚକିଆ ଯାନ ପାନ୍ଥନିବାସଠାରେ ନିର୍ମିତ ଅସ୍ଥାୟୀ ବସ୍‍ଷ୍ଟାଣ୍ଡରେ ରହିବା ପାଇଁ ସ୍ଥିର ହୋଇଛି। ସେହିପରି ଶ୍ରଦ୍ଧାଳୁଭକ୍ତମାନଙ୍କ ଦର୍ଶନ ଓ ମାନସିକ ପୂଜାର୍ଚ୍ଚନା ନିମନ୍ତେ ମନ୍ଦିର ଭିତର ବେଢା ଓ ବାହର ବେଢାରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ମହାଦୀପ ଓ ସୁନାବେଶ ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏସଆଇ ପ୍ରଦୀପ ନାୟକ କହିିଛନ୍ତି। ଏପରିକି ଭକ୍ତମାନଙ୍କ ଭିଡକୁ ଲକ୍ଷ୍ୟ କରି ଚଳିତ ବର୍ଷ ମନ୍ଦିର ଭିତର ଓ ବାହାରେ ସସିଟିଭି କ୍ୟାମେରା ଲଗାଯିବା ସହିତ ଭିଡ଼ ସ୍ଥାନ ଗୁଡ଼ିକରେ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ତିକ୍ଷ୍‍ଣ ନଜର ରଖିବା ପଇଁ ସାଧା ପୋଷାକଧାରୀ ପୁଲିସ ନିୟୋଜିତ କରାଯିବ ବୋଲି ପୁଲିସ ପକ୍ଷରୁ ପ୍ରକାଶ ପାଇଛି। ଏହାସହ ପୀଠରେ ନିଶାଦ୍ରବ୍ୟ ଉପରେ କଟକଣା ଜାରି କରାଯିବା ସହ ଗୁଇନ୍ଦା ବିଭାଗ ପକ୍ଷରୁ ଜାଗରଯାତ୍ରାର ସମସ୍ତ କାର୍ଯ୍ୟ ଉପରେ ତଦାରଖ କରାଯିବ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories