www.samajalive.in
Saturday, December 6, 2025
26.1 C
Bhubaneswar

୯ମାସର ଗର୍ଭବତୀ ୨୮ କିଲୋମିଟର ପାଦରେ ଚାଲି ପହଂଚିଲେ ହସ୍ପିଟାଲ

ମହାରାଷ୍ଟ୍ରର ଗଡ଼ଚିରୌଲି ଜିଲାରେ ବିସ୍ମୟ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଗର୍ଭବତୀ ଆଦିବାସୀ ମହିଳା ହସ୍ପିଟାଲ ପହଂଚିବା ପାଇଁ ୨୮ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଯିବାକୁ ପଡ଼ିଛି। ଏହି ଘଟଣା ଭାମରାଗଡ଼ର ଅଂଚଳର।
ଗଡ଼ଚିରୌଲି ଜିଲାର ଭାମରାଗଡ ଦୁରଦରାଜ ଗ୍ରାମର ଏକ ସ୍ଥାନ। ଏହି ଗ୍ରାମର ଜଣେ ମହିଳା ଗର୍ଭବତୀ ଥିବାରୁ ସନ୍ତାନ ପ୍ରସବ ପାଇଁ ତାଙ୍କୁ ହସ୍ପିଟାଲ ଯିବାକୁ ପଡ଼ିଥିଲା। ମାତ୍ର ଗାଁର ନିକଟତର ପ୍ରାର୍ଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଲାହିରୀରେ ଥିଲା। ଯାହା ପ୍ରାୟ ୨୮ କିଲୋମିଟର ଦୂର। ଯିବା ଆସିବା ପାଇଁ ଅନ୍ୟ କୌଣସି ସୁବିଧା ନଥିବାରୁ ଉକ୍ତ ଗର୍ଭବତୀ ମହିଳା ଓ ତାଙ୍କ ପରିବାର ଚାଲିକି ଯିବା ପାଇଁ ସ୍ଥିର କରିଥିଲେ।
ମହିଳା ଜଣଙ୍କ ନିଜ ପରିବାର ଲୋକଙ୍କ ସହ ବର୍ଷା ସମୟରେ ନଦୀ ପାର କରି ବହୁ କଷ୍ଟରେ ହସ୍ପିଟାଲରେ ପହଂଚିଥିଲେ। ସେଠାରେ ସେ ଏକ ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ସନ୍ତାନ ପ୍ରସବ ପରେ ମହିଳା ଜଣଙ୍କ ପୁଣି ୨୮ କିଲୋମିଟର ରାସ୍ତା ଚାଲି ନିଜ ଘରେ ପହଂଚିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories