www.samajalive.in
Saturday, December 13, 2025
15.1 C
Bhubaneswar

ବର୍ଷକରେ ପ୍ରଭାତଙ୍କ ବିଚାର ଶେଷ କର-ହାଇକୋର୍ଟ

ଭୁବନେଶ୍ବର: ସି-ସୋର ସହ ପ୍ରଭାତ ବିଶ୍ବାଳଙ୍କ ଆର୍ଥିକ କାରବାର ମାମଲାର ବିଚାର କରି ବର୍ଷକରେ ମାମଲାର ବିଚାର ସାରିବାକୁ ନିର୍ଦେଶ ହାଇକୋର୍ଟ ଦେଇଛନ୍ତି। ୨ ମାସ ମଧ୍ୟରେ ଚାର୍ଜପ୍ରେମ କରି ବର୍ଷକରେ ବିଚାର ପାଇଁ ନିର୍ଦେଶ ଦିଆଯାଇଛି। ହାଇକୋର୍ଟ ପକ୍ଷରୁ ମାମଲାର ଶୁଣାଣି କରି ସିବିଆଇ କୋର୍ଟକୁ ଏହି ନିର୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦେଶ ନେଇ ସିବିଆଇ ଓକିଲ ସାର୍ଥକ ନାୟକ ସୂଚନା ଦେଇଛନ୍ତି। ମାମଲାରେ ପୂର୍ବତନ ବିଧାୟକ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ।

ମିଳିଥିବା ସୂଚନା ଅନୁଯାୟୀ ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ସହ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରାଯାଇଛି। ହାଇକୋର୍ଟ ପକ୍ଷରୁ ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ୍ ସହ ବର୍ଷକରେ ବିଚାର ଶେଷ କରିବାକୁ ସିବିଆଇ କୋର୍ଟକୁ ନିର୍ଦେଶ ଦେଇଛନ୍ତି। ଚାର୍ଜସିଟରୁ ନାଁ ବାଦ୍ ଦେବା ଓ ଏତଲା ରଦ୍ଦ ପାଇଁ ହାଇକୋର୍ଟ ଆସିଥିଲେ ପ୍ରଭାତ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ତେବେ ବର୍ଷକ ଭିତରେ ଏହି ମାମଲା ବିଚାର ସରିବ ବୋଲି ଅନ୍ୟପକ୍ଷରେ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

- Advertisement -

ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ମାମଲାରେ ପୂର୍ବତନ ବିଧାୟକ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା। ସି-ସୋରକୁ ପ୍ରୋତ୍ସାହନ ତଥା ଏହି ସଂସ୍ଥା ସହ ଆର୍ଥିକ କାରବାରରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ସମ୍ପୃକ୍ତି ରହିଥିବା ଜଣାପଡ଼ିଥିଲା। ଏହି ଲିଙ୍କରେ ସିବିଆଇ ଦ୍ୱାରା ପୂର୍ବତନ ବିଧାୟକ ପ୍ରଭାତ ଗିରଫ ହୋଇଥିଲେ। ତେବେ ଦୀର୍ଘଦିନ ଧରି ତଳ କୋର୍ଟରେ ମାମଲା ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରଭାତ ବିଶ୍ବାଳଙ୍କୁ ଜମିନ ମିଳିଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories