ଭୁବନେଶ୍ବର: ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ମୋବାଇଲ ସିଏଫଏସଏଲ ଯିବ। ସେଣ୍ଟ୍ରାଲ ଫରେନସିକ ସାଇନ୍ସ ଲ୍ୟାବରେଟୋରି ପଠାଇବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର କୋର୍ଟ ନିର୍ଦେଶ ଦେଇଛନ୍ତି। କୋର୍ଟ ପକ୍ଷରୁ ଜବତ କରାଯାଇଥିବା ୩ଟି ମୋବାଇଲକୁ ଜମା କରିବାକୁ ଖଣ୍ଡଗିରି ପୁଲିସକୁ ନିର୍ଦେଶ ଦିଆଯାଇଛି। ଏସଡିଜେଏମ କୋର୍ଟରେ ମୋବାଇଲ ଜମା କରିବାକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟ ଫରେନସିକ ଲ୍ୟାବରେ ଏହାର ପରୀକ୍ଷା ବିଫଳ ହେବାରୁ କୋର୍ଟ ଯାଇଥିଲା ପ୍ରବର୍ତ୍ତନ ନିର୍ଦେଶାଳ। ମୋବାଇଲ ସିଏଫଏସଏଲରେ ଯାଞ୍ଚ କରାଇବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆବେଦନ କରିଥିଲା।
Popular Categories



