ପ୍ରଭୁଜୀରେ ବିଶ୍ୱ ହିନ୍ଦୁ ପରିଷଦ ଷଷ୍ଠୀ ପୂର୍ତ୍ତି ଉତ୍ସବ ସହିତ ସ୍ୱାମୀଜୀଙ୍କ ଜନ୍ମୋତ୍ସବ ପାଳିତ

ଭୁବନେଶ୍ୱର: ଭିଏସ୍ଏସ୍ ନଗର ସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ବେଦ ଧ୍ୱନିରେ ଏବଂ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ଲିଖିତ ଶରୀର ଉପରେ ଆଧାରିତ ଆବାହନୀ ସଂଗୀତର ମୂର୍ଚ୍ଛନାରେ ପ୍ରକମ୍ପିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷଡଃ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସ୍ୱାଗତ ସମ୍ଭାଷଣ ପରିବେଷଣ କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ କୁଶ ସେଠୀ ଯୋଗଗୁରୁ, ଶରତ କୁମାର ପ୍ରଧାନ ବିଶ୍ୱ ହିନ୍ଦୁ ପରିଷଦ ପ୍ରାନ୍ତ ସଂଗଠନ ମନ୍ତ୍ରୀ, ଗୋଲୋକ ପ୍ରସାଦ ମହାପାତ୍ର ବିଜେପି ରାଜ୍ୟ ଶାଖା ଉପାଧ୍ୟକ୍ଷ, ଜ୍ୟୋତି ରଂଜନ ମିଶ୍ର ସଂପାଦକ ବାଣୀବିହାର ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ପ୍ରମୁଖ ନିଜର ସମ୍ଭାଷଣରେ ଷଷ୍ଠୀ ପୂର୍ତ୍ତି ଉତ୍ସବ ସମ୍ପର୍କରେ ଅଭିମତ ପୋଷଣ କରିବା ସହିତ ପବିତ୍ର ଜନ୍ମାଷ୍ଟମୀ ଉତ୍ସବରେ ସ୍ୱାମୀ ଶଙ୍କରାନନ୍ଦ ଗିରିଙ୍କ ଜନ୍ମ ଦିବସ ପାଳନ ଅବସରରେ ସ୍ୱାମୀଜୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଏହି ମହୋତ୍ସବରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ବରେଣ୍ୟ ସାଧୁସନ୍ଥଙ୍କର ସମାଗମ ହୋଇଥିଲା।
କ୍ରିୟାଯୋଗ ଫାଉଣ୍ଡେସନ ଟ୍ରଷ୍ଟର ସଂପାଦିକା ବୀଣାପାଣି ରଥ, କୋଷାଧ୍ୟକ୍ଷ ଶୋଭାକର ଦାସ ଫତେସିଂ, ଟ୍ରଷ୍ଟି ଏବଂ ପ୍ରଶାସିକା ପ୍ରିତିନନ୍ଦା ମହାପାତ୍ର, ମୁଖ୍ୟ ନିର୍ବାହୀ ଅଧିକାରୀ ଅଲେଖଚନ୍ଦ୍ର ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ସସ୍ମିତା ନନ୍ଦଙ୍କ ତତ୍ତ୍ୱାବଧାନରେ ଆୟୋଜନ ହୋଇଥିଲା। ଏଥିରେ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ଏବଂ ମା ବୀଣାକେଶ୍ୱରୀ ନୃତ୍ୟମଂଜରୀ, ପିପିଲି ପୁରୀର କଳାକାର ବୃନ୍ଦ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କିଷୁଚାନ୍ଦ ପୃଷ୍ଟି, ଶିକ୍ଷୟିତ୍ରୀ ବାରିଜା ପଶୁପାଳକ ମଂଚ ପରିଚାଳନା କରିଥିବାବେଳେ ରମେଶ କୁମାର ସାହୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ସାଧୁସନ୍ଥମାନେ ପ୍ରସାଦ ସେବନ କରି ଆଶୀର୍ବାଦ ପ୍ରଦାନ କରିଥିଲେ।

Comments are closed.