www.samajalive.in
Sunday, December 14, 2025
26.1 C
Bhubaneswar

ଅଘୋଷିତ ବିଦ୍ୟୁତ୍‍ କାଟ, ଜନଜୀବନ ଦୁର୍ବିସହ

ଆଠଗଡ : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଆଠଗଡ ବିଦ୍ୟୁତ୍‍ ବିଭାଗ ଦ୍ୱାରା ଅଘୋଷିତ ବିଦ୍ୟୁତ୍‍ କାଟ ଜନଜୀବନକୁ ଦୁର୍ବିସହ କରିଦେଉଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୌଣସି ଲିଖିତ ନିର୍ଦ୍ଦେଶ ଆସିନଥିବାବେଳେ ଟାଟା ପାୱାର କମ୍ପାନୀ ପକ୍ଷରୁ ମୌଖିକ ଆଦେଶରେ ସକାଳ ୧୦ଟା ପରେ ଏବଂ ରାତି ୯ଟା ପରେ ଅଧଘଣ୍ଟାଏ ଲେଖାଏଁ ବିଦ୍ୟୁତ୍‍ କାଟ୍ କରାଯାଉଛି ବୋଲି ଜଣେ ଯନ୍ତ୍ରୀଙ୍କ ସୁତ୍ରରୁ ପ୍ରକାଶ । ଏହାଛଡା ଦିନ ଓ ରାତିରେ ୨୦ଥରରୁ ଉର୍ଦ୍ଧ ୫ରୁ ୧୦ମିନିଟ ଲେଖାଏଁ ବିଦ୍ୟୁତ୍‍ କାଟ୍ ହେଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଆଠଗଡରେ ଏବେ ଦିନର ତାପମାତ୍ରା ପ୍ରାୟ ୪୨ଂ ରହୁଥିବାବେଳେ ସେହି ସମୟରେ ବିଦ୍ୟୁତ୍‍ କାଟ ଦ୍ୱାରା ଲୋକେ ନାହିଁ ନଥିବା କଷ୍ଟ ପାଉଛନ୍ତି । ଏବେ ସକାଳୁଆ ଅଫିସ ସାଙ୍ଗକୁ ସ୍କୁଲ କଲେଜରେ ପାଠପଢା ଚାଲୁଥିବାବେଳେ ଏହି ଅଘୋଷିତ ବିଦ୍ୟୁତ୍‍ କାଟ ଫଳରେ କାର୍ଯ୍ୟାଳୟ କର୍ମଚାରୀ, କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀ କଷ୍ଟ ଅନୁଭବ କରୁଛନ୍ତି । ରାଜ୍ୟସରକାର, ବିଦ୍ୟୁତ୍‍ ଉତ୍ପାଦନରେ ଓଡିଶା ବଳକା ରାଜ୍ୟ ବୋଲି କହୁଥିବା ଏବଂ ବିଦ୍ୟୁତ୍‍ କାଟ ହେବନାହିଁ ବୋଲି ଶକ୍ତି ବିଭାଗ କହୁଥିବାବେଳେ ଏପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ କାହିଁକି ବିଦ୍ୟୁତ୍‍ କାଟ କରାଯାଉଛି ତାହା ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଅସନ୍ତୋଷର କାରଣ ହେଉଛି । ଆଗାମୀ ଦିନରେ ମାଟ୍ରିକ ଓ +୨ ପରୀକ୍ଷା ହେବାକୁ ଥିବାବେଳେ ଏପରି ବିଦ୍ୟୁତ୍‍ କାଟ ହେଲେ ପରୀକ୍ଷାର୍ଥୀ ପ୍ରଚଣ୍ଡ ଗରମରେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଏହି ବିଦ୍ୟୁତ୍‍ କାଟକୁ ବନ୍ଦ କରାଯାଉ ବୋଲି ଦାବି ହେଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories