www.samajalive.in
Saturday, December 6, 2025
19.1 C
Bhubaneswar

ଲକଡାଉନରେ ଘରୁ ଯାଇ ଏତଲା ଆଣିବ ପୁଲିସ, ଆରମ୍ଭ ହେଲା ‘ଇ-ଆସିଷ୍ଟାନ୍ସ’

ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ରୋକିବା ଉଦ୍ଦେଶ୍ୟରେ ଆସନ୍ତାକାଲି ଠାରୁ ଲକଡାଉନ ଲାଗୁ ହେବାକୁ ଥିବା ବେଳେ ଲୋକମାନେ କିଭଳି ଘରୁ ବାହାରକୁ ନ ଆସିବେ, ସେ ନେଇ କମିସନରେଟ ପୁଲିସ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଲକଡାଉନ କାଳରେ ଯେଭଳି କୌଣସି ବ୍ୟକ୍ତି ଥାନାକୁ କୌଣସି ଅଭିଯୋଗ ନେଇ ନ ଆସିବେ, ସେ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସ୍ୱତନ୍ତ୍ର ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି।

- Advertisement -

ଶ୍ରୀ ଦାସ କହିଛନ୍ତି, ଆସନ୍ତାକାଲି ଠାରୁ ରାଜ୍ୟ ସରକାରଙ୍କ ଲକଡାଉନ ଭୁବନେଶ୍ୱରରେ ଲାଗୁ ହେଉଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ୨୦ ପ୍ଲାଟୁନ ଫୋର୍ସ ମୁତୟନ ସହ ୨୦୦ ପୁଲିସ ଅଧିକାରୀ ଓ ୧୫୦ରୁ ଉର୍ଦ୍ଧ୍ୱ ଟ୍ରାଫିକ କନେଷ୍ଟବଳ ମୁତୟନ ହେବେ। ଭୁବନେଶ୍ୱରକୁ ୬ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ପ୍ରତି ଜୋନକୁ ବିଭିନ୍ନ ଓଳିରେ ବରିଷ୍ଠ ଅଧିକାରୀମାନେ ତଦାରଖ କରିବେ। ବଭିନ୍ନ ସ୍ଥାନରେ ବ୍ଳକିଙ୍ଗ କରାଯିବା ସହ ତନଖି ଓ ଯାଞ୍ଚ କଡାକଡି କରାଯିବ ବୋଲି ଡିସିପି ଶ୍ରୀ ଦାସ କହିଛନ୍ତି। ଲକଡାଉନ କାଳରେ ଲୋକଙ୍କ ଯାତାୟାତ ଉପରେ କଟକଣାକୁ ଦୃଷ୍ଟିରେ ରଖି ଯେଉଁମାନେ ବାହାରକୁ ବାହାରିବେ ସେମାନେ ଆବଶ୍ୟକ ଦସ୍ତାବିଜ ଦେଖାଇ ଯାଇପାରିବେ କିନ୍ତୁ ଗୋଟିଏ ଦସ୍ତାବିଜ ଦେଖାଇ ଅନ୍ୟ କାର୍ଯ୍ୟରେ ଯାଉଥିବା ଜଣାପଡ଼ିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସେ କହିଛନ୍ତି।

ସରକାରଙ୍କ ଦ୍ୱାରା ଘୋଷିତ ଛାଡ଼ ପାଇଥିବା ବ୍ୟକ୍ତିମାନେ ସେହି ସୁବିଧାର ଦୁରୁପଯୋଗ ନ କରିବାକୁ ଡିସିପି କହିଛନ୍ତି। ତେବେ ଅତି ଜରୁରୀ କ୍ଷେତ୍ରରେ ଯଦି କୌଣସି ପ୍ରାମାଣିକ ଦସ୍ତାବିଜ ଦେଖାଇ ପାରୁନାହାନ୍ତି, ସେ କ୍ଷେତ୍ରରେ ‘ଇ-ଆସିଷ୍ଟାନ୍ସ’ର ସହାୟତା ନେଇପାରିବେ। ଏହି ବ୍ୟବସ୍ଥା ଅନୁଯାୟୀ ‘୧୦୦’ ନମ୍ବରକୁ ଡାଏଲ କରି ସମ୍ପୃକ୍ତ ଅଧିକାରୀଙ୍କୁ ଆବଶକୀୟ ତଥ୍ୟ ଦେବେ ଓ ସେଥିରେ ଆପଣଙ୍କ ନାମ, ଫୋନ ନମ୍ବର ଏବଂ ଘର ଠିକଣା ପଞ୍ଜିକରଣ କରାଯିବ। ଏକ ମୋବାଇଲ ବାର୍ତ୍ତା ପ୍ରକାରେ ଅନୁମତି ଆର୍ତ୍ତ ମେସେଜ ଭାବେ ଆପଣଙ୍କ ମୋବାଇଲକୁ ଆସିବା ଯାହାକୁ ଦେଖାଇ ଜରୁରୀ କାମରେ ଯାଇପାରିବେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories