www.samajalive.in
Sunday, December 14, 2025
26.1 C
Bhubaneswar

୧୯ ପୁଲିସ ଅଧିକାରୀଙ୍କ ବଦଳି – ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟ ସରକାର ଆଜି ୧୯ ଜଣ ଇନ୍ସପେକ୍ଟର ଓ ସବ ଇନ୍ସପେକ୍ଟର ପାହ୍ୟାର ପୁଲିସ ଅଧିକାରୀଙ୍କୁ ବଦଳି କରିଛନ୍ତି। ପ୍ରଶାସନିକ ଆବଶ୍ୟକତା, ଖାଲି ପଦବୀ ପୂରଣ ତଥା ଅନ୍ୟାନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବଦଳି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। କମିସନରେଟ ପୁଲିସ ଅଧୀନରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅସିତ କୁମାର ବଳବନ୍ତରାୟଙ୍କୁ କୋରାପୁଟ ଓ ଦୀପକ କୁମାର ଲେଙ୍କାଙ୍କୁ ନବରଙ୍ଗପୁର ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧାରେ କାର୍ଯ୍ୟରତ ମଞ୍ଜୁଲତା ଖାଡଙ୍ଗାଙ୍କୁ ନୂଆପଡା ଓ ଭିଜିଲାନ୍ସରେ ଥିବା କମଳିନୀ ତାଣ୍ଡିଙ୍କୁ ଖୋର୍ଦ୍ଧାକୁ ବଦଳି କରାଯାଇଛି।

ସେହିପରି ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁଙ୍କୁ ଗଂଜାମ, ଜୟଦେବ ବିଶ୍ୱଜିତ ଓ ନିବେଦିତା ଦାଶଙ୍କୁ କଟକ, ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ପୁରୀ, ଶରତ ସାହୁ, ଭରତ ଚନ୍ଦ୍ର ସାହୁ ଓ ଯୁବରାଜ ସ୍ୱାଇଁଙ୍କୁ କନିଶନରେଟ ପୁଲିସ, ପ୍ରଜ୍ଞା ପାରମିତା ଜେନାଙ୍କୁ ନୟାଗଡ଼, ଆଲୋକ କୁମାର ଜେନା, ସୁଶାନ୍ତ କୁମାର ମିଶ୍ର ଓ ଗୌରାଙ୍ଗ ଚରଣ ସାହୁଙ୍କୁ ଭଦ୍ରକ, ସୁମନ୍ତ କିଷାନଙ୍କୁ କେନ୍ଦ୍ରାପଡା, ଭାଲେଣ୍ଟିନା ରାୟ, ଅକ୍ଷୟ କୁମାର ନାୟକ ଓ ରାମ କୁମାର ମୁର୍ମୁଙ୍କୁ ବ୍ରହ୍ମପୁର ବଦଳି କରାଯାଇଥିବା ଜଣାପଡିଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories