www.samajalive.in
Tuesday, December 9, 2025
16.1 C
Bhubaneswar

ଥାନାରେ ଉତ୍ପାତ କଲେ ଆଉ ରକ୍ଷା ନାହିଁ, ପୁଲିସ ଅଧିକାରୀ ପିନ୍ଧିବେ ବଡି କ୍ୟାମେରା

ସମାଜ ଡିଜିଟାଲ ଡେସ୍କ: ଅମାନିଆଙ୍କୁ ସାବାଡ୍‌ କରିବାକୁ ନୂଆ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୁଲିସ। ଥାନା ଅଭ୍ୟର୍ଥନା କକ୍ଷ ଦାୟିତ୍ଵରେ ଥିବା ଅଧିକାରୀ ପିନ୍ଧିବେ ବଡି କ୍ୟାମେରା। ଥାନାକୁ ଆସି ଗଣ୍ଡଗୋଳ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଭିଡିଓ ଏବଂ ଅଡିଓ ଏଥିରେ ରେକର୍ଡ ହେବ। ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ପୂର୍ବରୁ ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ ପୁଲିସ। ତେବେ କେବଳ ଏତଲାକାରୀ ନୁହେଁ, ପୁଲିସର ବ୍ୟବହାର ମଧ୍ୟ ରେକର୍ଡ଼ ହେବ। ପାନିକ୍ ବଟନ ଦବାଇବା ମାତ୍ରେ ସମସ୍ତ ଘଟଣା ରେକର୍ଡ ହେବ ଏବଂ କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟକୁ ସିଧାସଳଖ ପୁଲିସ କମିଶନର ଓ ଡିସିପି ଦେଖିବେ। ନିକଟରେ ଭରତପୁର ଥାନା ଏବଂ ଖଣ୍ଡଗିରି ଥାନାରେ ଘଟିଥିବା ଘଟଣା ପରେ କମିଶନରେଟ ପୁଲିସ ପକ୍ଷରୁ ଏହି ଯୋଜନା କରାଯାଇଥିବା କୁହାଯାଉଛି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories