BSKY banner  750×100

ଆମ ପୁଲିସ ସମିତିର ବୈଠକ

nua o banner

ଗଞ୍ଜାମ: ରମ୍ଭା ଥାନା ପୁଲିସ ପକ୍ଷରୁ ଆମ ପୁଲିସ ସମିତିର ଏକ ବୈଠକ ବଟେଶ୍ୱର ପୀଠରେ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ଦିଲୀପ ଛୋଟରୟା, ମନ୍ଦିର ପରିଚାଳନା କମିଟି ସଭାପତି ପିତାମ୍ବର ସ୍ୱାଇଁ, ସମ୍ପାଦକ ରଂଜିତ ପଲାଇ, କୋଷାଧ୍ୟକ୍ଷ ନିରାକାର ଜେନା ପ୍ରମୁଖ ଅଥିତି ଭାବେ ଯୋଗଦେଇଥିଲେ। ବାଲ୍ୟ ବିବାହ ରୋକିବା, ବୃଦ୍ଧ ବାପା ମାଆଙ୍କୁ ଠିକ ଭାବେ ପଚାରିବା, ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରି ପୁଲିସକୁ ସୂଚନା ଦେବା, କୁସଂସ୍କାରକୁ ରୋକିବା ଓ ଅନ୍ୟାନ୍ୟ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି ବୈଠକରେ ଛଅଟି ଗ୍ରାମର ଲୋକମାନେ ଉପସ୍ଥିତ ରହିଥିଲେ। ତ୍ରିଲୋଚନ ପ୍ରଧାନ, ସୁଜିତ ବେହେରା, ଶ୍ରୀଧର ସ୍ୱାଇଁ, ସତୀଶ ସ୍ୱାଇଁ, ଶଙ୍କର ସ୍ୱାଇଁ, ଟୁକୁନା ସ୍ୱାଇଁ, ପ୍ରକାଶ ପ୍ରଧାନ, ପ୍ରଶାନ୍ତ ଛୋଟରୟ, ଅଜୁ ପ୍ରଧାନ, ବିଷ୍ଣୁ ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

Comments are closed.